Latest Odisha News

BREAKING NEWS

ପାକିସ୍ତାନକୁ ଆଇନା ଦେଖାଇଲେ ଜାଭେଦ ଅଖତର ..ପ୍ରଶଂସାରେ ଶତମୁଖ ହେଲେ କଙ୍ଗନା

ନୂଆଦିଲ୍ଲୀ:କଙ୍ଗନା ରନୌତ ଏବଂ ଜାଭେଦ ଅଖତରଙ୍କ ମଧ୍ୟରେ  ତୁ ତୁ ମେ ମେ ଲାଗିବା କିଛି ନୂଆ କଥା ନୁହେଁ । ବରିଷ୍ଠ ଗୀତିକାର ଜାଭେଦ ଅଭିନେତ୍ରୀ କଙ୍ଗନାଙ୍କ ବିରୋଧରେ ମାନହାନୀ ମକଦ୍ଦମା ବି କରିଥିବା ନଜରକୁ ଆସିଛି । କଙ୍ଗନାଙ୍କ କଥାବାଣ ଜାଭେଦଙ୍କୁ ବି ଛାଡେନି । ଏବେ  ପୁଣି ଥରେ ଦୁଇ ଗୀତିକାର-ଅଭିନେତ୍ରୀ ମୁହାଁମୁହିଁ ହୋଇଛନ୍ତି । କିନ୍ତୁ ଏଥରକ ମୁହାଁମୁହିଁ ହେବା ସମସ୍ତଙ୍କୁ ଚକିତ କରିଛି । କାରଣ ଏଥର କଙ୍ଗନା ଜାଭେଦଙ୍କୁ ପ୍ରଶଂସା କରିଛନ୍ତି । କଙ୍ଗନା ଜାଭେଦଙ୍କୁ ଲକ୍ଷ୍ୟ କରି କହିଛନ୍ତି, ମା’ ସରସ୍ୱତୀ ଏବେ ତାଙ୍କୁ ଖୁବ କୃପା କରିଛନ୍ତି । ଏପରି ପ୍ରଶଂସା କଙ୍ଗନା ପୁଣି ସୋସିଆଲ ମିଡିଆରେ କରିଛନ୍ତି ।

ତେବେ ଜାଭେଦଙ୍କୁ କାହିଁକି ପ୍ରଶଂସା କଲେ କଙ୍ଗନା । କ’ଣ ଏମିତି ଜାଭେଦ କଲେ ଯାହା କଙ୍ଗନାଙ୍କ ମନକୁ ଛୁଇଁଗଲା ?

କଥା ହେଲା ଜାଭେଦ ନିକଟରେ ଏକ ଭିଡିଓ ସାମ୍ନାକୁ ଆସିଛି । ଏହି ଭିଡିଓକୁ ଟ୍ୱିଟରରେ ତାଙ୍କ ଫ୍ୟାନ୍ସମାନେ ସେୟାର କରିଛନ୍ତି । ଜାଭେଦଙ୍କର ଏହି ଭିଡିଓଟି ପାକିସ୍ତାନର । ଏଥିରେ ଜାଭେଦ ପାକିସ୍ତାନକୁ କଟୁ ଭାଷାରେ ସମାଲୋଚନା କରିଥିବା ଶୁଣିବାକୁ ମିଳିଛି । ଏହି ଭିଡିଓଟିକୁ ରିଟୁଇଟ କରି କଙ୍ଗନା ଜାଭେଦଙ୍କର ଖୁବ ପ୍ରଶଂସା କରିଛନ୍ତି ।

ସେ ତାଙ୍କ ଟୁଇଟରେ ଜାଭେଦଙ୍କ ପାଇଁ ଲେଖିଛନ୍ତି, ମା’ ସରସ୍ୱତୀ ପ୍ରକୃତରେ ତାଙ୍କ ଉପରେ କୃପା କରିଛନ୍ତି ।’ କଙ୍ଗନା ତାଙ୍କର ଏହି ଟୁଇଟକୁ ଜାଭେଦ ଅଖତରଙ୍କୁ ଟ୍ୟାଗ କରି ଲେଖିଛନ୍ତି, ‘ଘର ମେ ଘୁସ କର ମାରା..’ । କଙ୍ଗନା ଜାଭେଦଙ୍କୁ ଏପରି ପ୍ରଶଂସା କରିବା ଦେଖି ତାଙ୍କର ଫ୍ୟାନ୍ସମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ତାଙ୍କର ଫ୍ୟାନ୍ସ ଏବଂ ସୋସିଆଲ ମିଡିଆ ୟୁଜର ତାଙ୍କର ପ୍ରଶଂସା କରିଛନ୍ତି ।

ଏଠି କହିରଖିବୁ, ୨୦୨୧ରେ ଜାଭେଦ ଅଖତର କଙ୍ଗନାଙ୍କର ଏକ ବୟାନକୁ ମିଛ ବୋଲି କହି ତାଙ୍କ ବିରୋଧରେ ମାନହାନି ମକଦ୍ଦମା ଦାଏର କରିଥିଲେ । ଏହା ପରେ ଅଭିନେତ୍ରୀଙ୍କୁ କୋର୍ଟକୁ ଦୌଡିବାକୁ ପଡିଥିଲା ।

Leave A Reply

Your email address will not be published.