Latest Odisha News

BREAKING NEWS

ହନୁମାନ ମୂର୍ତ୍ତି ସାମ୍ନାରେ ବିକିନି ଶୋ; ବିଜେପି ନେତାଙ୍କ ଉପରେ ଅଭିଯୋଗ ଆଣିଲା କଂଗ୍ରେସ

ନୂଆଦିଲ୍ଲୀ : ହନୁମାନ ମୂର୍ତ୍ତି ସାମ୍ନାରେ ବିକିନି ଶୋ । ସୋସିଆଲ ମିଡିଆରେ ଭିଡିଓ ଭାଇରାଲ । ମଧ୍ୟ ପ୍ରଦେଶର ରତଲାମରେ ଆୟୋଜିତ ଜୁନିଅର ବଡି ବିଲ୍ଡିଂ ପ୍ରତିଯୋଗିତାକୁ ନେଇ ଦେଖା ଦେଇଛି ବିବାଦ। କଂଗ୍ରେସ ଆୟୋଜକ ବିଜେପି ନେତାମାନଙ୍କ ଉପରେ ଅଶ୍ଳୀଳତା ପ୍ରଚାର କରୁଥିବା ଅଭିଯୋଗ ଆଣିଛି । ଏଥିସହ ବିଜେପି ନେତାମାନଙ୍କୁ କ୍ଷମା ମାଗିବାକୁ କହିଛି। ଅନ୍ୟପଟେ ବିଜେପି କଂଗ୍ରେସ ଉପରେ ମହିଳାଙ୍କୁ ଅପମାନିତ କରିଥିବା ଅଭିଯୋଗ କରିଛି।

ସୂଚନା ଅନୁଯାୟୀ, ମଧ୍ୟ ପ୍ରଦେଶର ରତଲାମରେ ୨ ଦିନିଆ ଜୁନିଅର ବଡି ବିଲ୍ଡିଂ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ଯାହାକି ରବିବାର ଶେଷ ହୋଇଛି । ମଞ୍ଚ ଉପରେ ପ୍ରଭୁ ହନୁମାନଙ୍କ ମୂର୍ତ୍ତି ଥିବାବେଳେ ତାଙ୍କ ସାମ୍ନାରେ ହିଁ ମହିଳା ପ୍ରତିଯୋଗୀମାନେ ବିକିନୀ ପିନ୍ଧି ଚାଲିଥିଲେ । ଯାହାକୁ କଂଗ୍ରେସ ଘୋର ବିରୋଧ କରିଛି।

ଏହି ଘଟଣାକୁ ନେଇ କଂଗ୍ରେସ ଆୟୋଜକ ବିଜେପି ନେତାମାନଙ୍କ ଉପରେ ଅଶ୍ଳୀଳତା ପ୍ରଚାର କରୁଥିବା ଅଭିଯୋଗ ଆଣିଛି । କଂଗ୍ରେସ କହିଛି ଯେ, ଆୟୋଜନ ସ୍ଥଳକୁ ସୋମବାର ଗଙ୍ଗାଜଳ ପକାଇ ପବିତ୍ର କରି ହନୁମାନ ଚାଳିଶା ପାଠ କରିବେ ।

ସେପଟେ ବିଜେପି କଂଗ୍ରେସ ନେତାଙ୍କ ପୋଷ୍ଟକୁ ନେଇ ଅସନ୍ତୋଷ ବ୍ୟକ୍ତ କରିବା ସହ ଏହା ନାରୀ ଶକ୍ତିର ଅପମାନ ବୋଲି କହିଛି। ଏହି ମାମଲାରେ ବିଜେପି ନେତାମାନେ ଥାନାକୁ ଯାଇ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

 

Leave A Reply

Your email address will not be published.