ଢେଙ୍କାନାଳ: ଢେଙ୍କନାଳ ସ୍ଥିତ ଶକ୍ତି ମଲ୍ଚଟଏୟାର ଏବଂ ଲିମୋନେଡ୍ ପ୍ରାଇଭେଟ୍ ଲିମିଟେଡ କମ୍ପାନୀରେ ରେଡ୍ ପରେ ପ୍ରତିକ୍ରିୟା ରଖିଛନ୍ତି କମ୍ପାନୀର ମାଲିକ ବିକ୍ରମ ସାହୁ। ବୌଦ୍ଧ ଡିଷ୍ଟଲାରୀ କମ୍ପାନୀ ସହ ଲିଙ୍କ ଥିବାରୁ ରେଡ୍ ହୋଇଥିବା ଚର୍ଚ୍ଚାକୁ ସେ ଖାରଜ କରିଛନ୍ତି। ଆଉ କହିଛନ୍ତି, ତାଙ୍କ କମ୍ପାନୀ ବିୟର ତିଆରି କରେ। ଏଥିପାଇଁ ବୌଦ୍ଧ ସ୍ଥିତ କମ୍ପାନୀରୁ ସ୍ପିରିଟ କଣିଥାଏ। ହେଲେ ବୌଦ୍ଧ କମ୍ପାନୀର ମାଲିକଙ୍କ ସହ କୌଣସି ବ୍ୟକ୍ତିଗତ ଲିଙ୍କ୍ ନାହିଁ।
ଶୁକ୍ରବାରଠୁ ଚାଲିଥିବା ଏହି ରେଡ୍ ପରେ ମୁହଁ ଖୋଲି କମ୍ପାନୀର ମାଲିକ କହିଛନ୍ତି, ମୋର ବ୍ୟକ୍ତିଗତ ଭାବେ ଧୀରଜ ସାହୁଙ୍କ ସହ ସମ୍ପର୍କ ନାହିଁ। କିନ୍ତୁ ହଠାତ୍ ଆୟକର ରେଡକୁ ନେଇ ଆଶ୍ଚର୍ଯ୍ଯ ପ୍ରକାଶ କରିଛି। ଆମ କମ୍ପାନୀ କେବଳ ସ୍ପିରିଟ୍ କିଣିଥାଏ। ଯାହି ବିୟର ତିଆରିରେ ବ୍ୟବହୃତ ହୁଏ।
ଶକ୍ତି ମଲ୍ଟିଏୟାର ଏଣ୍ଡ ଲିମୋନେଡ଼ କମ୍ପାନୀ ୨୦୧୨ ମସିହା ମେ ମାସରୁ ଆଲକହଲ ଓ ନନ୍ ଆଲକହଲ ପାନୀୟ ପ୍ରସ୍ତୁତ କାର୍ଯ୍ୟ କରି ଆସୁଛି। କମ୍ପାନୀ ସରକାରୀ ସ୍ତରରେ ମୁଖ୍ୟତଃ ଚାରୋଟି କାର୍ଯ୍ୟ ପାଇଁ ଅନୁମତି ପାଇଛି । ବ୍ଲିଣ୍ଡିଙ୍ଗ ,ବଟଲିଙ୍ଗ ,ଡିଷ୍ଟ୍ରିବ୍ୟୁସନ ଏବଂ ସେଲିଙ୍ଗ । ତେବେ ସମ୍ପୃକ୍ତ ବେସରକାରୀ କମ୍ପାନୀ ଦୀର୍ଘ ଦିନ ହେବ ପ୍ରଡକ୍ଟ ତିଆରି କ୍ଷେତ୍ରରେ ଟିକସ ଫାଙ୍କି ଆସୁଥିବା ବିଶେଷ ସୂତ୍ରରୁ ଖବର ମିଳିଛି।
ଉଲ୍ଲେଖଯୋଗ୍ୟ, ବିକ୍ରମ ସାହୁ ଜଣେ ବ୍ୟବସାୟୀ ରୂପେ ତାଙ୍କର ବିଭିନ୍ନ ଜିଲ୍ଲାରେ ମଦ ଦୋକାନ ରହିଛି। ଢେଙ୍କାନାଳରେ ୬ଟି ମଦ ଦୋକାନ ରହିଛି।
Comments are closed.