Latest Odisha News

BREAKING NEWS

ଡିସେମ୍ବର ୧୭ ଓ ୧୮ରେ ସୁରତ ଓ ବାରଣାସୀ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ସୁରତ ଓ ବାରଣାସୀ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦୀ । ଦୁଇ ରାଜ୍ୟର ଗସ୍ତରେ ଯାଇ ବହୁମୁଖୀ ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ । ଆସନ୍ତାକାଲି ପୂର୍ବାହ୍ନ ପ୍ରାୟ ୧୦ଟା ୪୫ମିନିଟ୍‌ରେ ପ୍ରଧାନମନ୍ତ୍ରୀ ସୁରତ ବିମାନବନ୍ଦର ନୂତନ ସମନ୍ୱିତ ରହଣୀସ୍ଥଳ ଭବନର ଉଦ୍‌ଘାଟନ କରିବେ । ପୂର୍ବାହ୍ନ ପ୍ରାୟ ୧୧ଟା ୪୫ମିନିଟ୍‌ରେ ଶ୍ରୀ ମୋଦୀ ସୁରତ ହୀରା ଏକ୍ସଚେଞ୍ଜକୁ ଉଦ୍‌ଘାଟନ କରିବେ ।

ତା’ ପରେ ସେ ବାରାଣାସୀ ଯାତ୍ରା କରି ଅପରାହ୍ନ ପ୍ରାୟ ୩ଟା ୩୦ମିନିଟ୍‌ରେ ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ଯୋଗେ ଦେବେ । ପ୍ରାୟ ୫ଟା ୧୫ମିନିଟ୍‌ରେ ନମୋ ଘାଟଠାରେ ସେ କାଶୀ ମନ୍ଦିର ସଙ୍ଗମ-୨୦୨୩କୁ ଉଦ୍‌ଘାଟନ କରିବେ । ଡିସେମ୍ବର ୧୮ପୂର୍ବାହ୍ନ ପ୍ରାୟ ୧୦ଟା୪୫ ମିନିଟ୍ ସମୟରେ ପ୍ରଧାନମନ୍ତ୍ରୀ ସ୍ୱରଭେଦ ମନ୍ଦିର ପରିଦର୍ଶନ କରି ପ୍ରାୟ ସାଢେ ଦିନ ଏଗାରଟା ବେଳକୁ ଏହାର ଉଦ୍‌ଘାଟନ ଏକ ସାଧାରଣ ସଭା ଅବସରରେ କରିବେ ।

ଦିନ ପ୍ରାୟ ଗୋଟାଏ ବେଳେ ପ୍ରଧାନମନ୍ତ୍ରୀ ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ଅଂଶଗ୍ରହଣ କରିବେ । ପରେ ପରେ ଏକ ସାଧାରଣ ସମାରୋହରେ ପ୍ରଧାନମନ୍ତ୍ରୀ କେତେକ ବହୁମୁଖୀ ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ଭାଗ ନେବେ । ତା’ ପରେ ପ୍ରାୟ ୨ଟା ୧୫ମିନିଟ୍‌ରେ ପ୍ରଧାନମନ୍ତ୍ରୀ ୧୯, ୧୫୦କୋଟି ଟଙ୍କାର ଶିଳାନ୍ୟାସ ଓ ବହୁମୁଖୀ ବିକାଶମୂଳକ ପ୍ରକଳ୍ପ ଉଦ୍‌ଘାଟନ କରିବେ ।

Leave A Reply

Your email address will not be published.