Latest Odisha News

BREAKING NEWS

ବାଚସ୍ପତି ପଦରୁ ଇସ୍ତଫା ଦେଲେ ବିକ୍ରମ କେଶରୀ ଆରୁଖ

ଭୁବନେଶ୍ୱର: ଇସ୍ତଫା ଦେଲେ ବିକ୍ରମ କେଶରୀ ଆରୁଖ । ଓଡ଼ିଶା ବିଧାନସଭାର ବାଚସ୍ପତି ପଦରୁ ଇସ୍ତଫା ଦେଇଛନ୍ତି ବିକ୍ରମ କେଶରୀ ଆରୁଖ । ବ୍ୟକ୍ତିଗତ କାରଣରୁ ଇସ୍ତଫା ଦେଇଥିବା ସେ କହିଛନ୍ତି । ଆରୁଖ ଆହୁରି କହିଛନ୍ତି, ଦଳ ଯେତେବେଳେ ଯେଉଁ ଦାୟିତ୍ୱ ଦେଇଛି, ମୁଁ ନିର୍ବାହ କରିଛି । ଉପବାଚସ୍ପତିଙ୍କ ପାଖକୁ ଇସ୍ତଫା ପଠାଇ ଦେଇଥିବା କହିଛନ୍ତି ବିକ୍ରମ କେଶରୀ ଆରୁଖ ।

ଭଞ୍ଜନଗରରୁ ବିଜେଡି ବିଧାୟକ ଅଛନ୍ତି ବିକ୍ରମ କେଶରୀ ଆରୁଖ । ଆଗରୁ ସେ ସଂସଦୀୟ ବ୍ୟାପାର, ଜଙ୍ଗଲ ଓ ପରିବେଶ ଭଳି ବିଭାଗର ମନ୍ତ୍ରୀ ଦାୟିତ୍ୱ ତୁଲାଇଛନ୍ତି ଆରୁଖ । ବାଚସ୍ପତି ପଦରୁ ଆରୁଖଙ୍କ ଇସ୍ତଫା ଏବଂ ସାଧାରଣ ନିର୍ବାଚନକୁ ଗୋଟିଏ ବର୍ଷା ବାକିଥିବାରୁ ତାଙ୍କୁ ନେଇ ବେଶ୍ ଚର୍ଚ୍ଚା ହେଉଛି । ଏପରିକି କୁହା ଯାଉଛି ଆରୁଖଙ୍କୁ ପୁଣି ଥରେ ନବୀନ ମନ୍ତ୍ରିମଣ୍ଡଳରେ ସାମିଲ୍ କରି ପାରନ୍ତି ।

Comments are closed.