Latest Odisha News

BREAKING NEWS

ଅଣ୍ଡର ଗ୍ରାଉଣ୍ଡ ହେଲେ ଅକାଳୀ ନେତା ବିକ୍ରମ

ଚଣ୍ଡୀଗଡ: ପଞ୍ଜାବ ଡ୍ରଗ୍ସ କେସର ଅଭିଯୁକ୍ତ ତଥା ଅକାଳୀ ନେତା ବିକ୍ରମ ମାଜିଥିଆଙ୍କୁ ପୋଲିସ ଗିରଫ କରିପାରି ନାହିଁ । ସେ ଅଣ୍ଡରଗ୍ରାଉଣ୍ଡ ହୋଇ ଯାଇଛନ୍ତି । ମୋବାଇଲକୁ ଘରେ ରଖି ସେ ଫେରାର ହୋଇ ଯାଇଛନ୍ତି । ଏସଟିଏଫ ଏବେ ତାଙ୍କ ନିକଟତମ ଲୋକଙ୍କ ସୂଚୀ ପ୍ରସ୍ତୁତ କରି ତନାଘନା ଆରମ୍ଭ କରିଛି । ମାଜିଥିଆଙ୍କୁ ଗିରଫ କରିବା ପାଇଁ କଂଗ୍ରେସ ସରକାର ଉପରେ ଚାପ ପଡିବାରେ ଲାଗିଛି ।

ପଞ୍ଜାବ ନିର୍ବାଚନ ପୂର୍ବରୁ ମାଜିଥିଆଙ୍କୁ ଗିରଫ କରି ସରକାର ପ୍ଲାଟଫର୍ମ ପ୍ରସ୍ତୁତ କରିବାକୁ ଚାହୁଁଛି ବୋଲି ଅକାଳୀ ଦଳ ପକ୍ଷରୁ କୁହାଯାଇଛି । ଇତି ମଧ୍ୟରେ ୧୬ଟି ସ୍ଥାନରେ ପୋଲିସ ଚଢ଼ାଉ କରିସାରିଛି । ମଙ୍ଗଳବାର ତାଙ୍କ ବିରୋଧରେ ଏଫଆଇଆର ରୁଜୁ କରାଯାଇଥିଲା ।

Leave A Reply

Your email address will not be published.