Latest Odisha News

BREAKING NEWS

ଚିନ୍ତା ବଢାଇଲା ଓମିକ୍ରନ୍‌; ଆକ୍ସନ ମୁଡ୍‌ରେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଦେଶରେ ଓମିକ୍ରନ୍ ଭାରିଆଣ୍ଟର ଦ୍ରୁତ ବିସ୍ତାର ମଧ୍ୟରେ କେନ୍ଦ୍ର ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ମଙ୍ଗଳବାର ଦିନ ସମସ୍ତ ରାଜ୍ୟକୁ କରୋନାର କଟକଣା ବଢାଇବାକୁ କେନ୍ଦ୍ର ପକ୍ଷରୁ କୁହାଯାଇଥିବା ବେଳେ ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ମୋଦୀ ଗୁରୁବାର ଏକ ବଡ ବୈଠକ କରିବାକୁ ଯାଉଛନ୍ତି।

ଏହି ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ କରୋନା ସ୍ଥିତିର ସମୀକ୍ଷା କରିବେ। ତଥ୍ୟ ଅନୁଯାୟୀ ଦେଶରେ ମୋଟ ୨୧୩ ଟି ଓମିକ୍ରନ୍ ମାମଲା ଚିହ୍ନଟ ହୋଇଛି।

ରାଜଧାନୀ ଦିଲ୍ଲୀରେ ଓମିକ୍ରନ୍‌ ମାମଲ‌ା ସର୍ବାଧିକ ସଂଖ୍ୟକ ରହିଛି। ଏଥିସହିତ ମହାରାଷ୍ଟ୍ର ବର୍ତ୍ତମାନ ଦ୍ୱିତୀୟ ସ୍ଥାନରେ ରହିଛି।

Leave A Reply

Your email address will not be published.