Latest Odisha News

BREAKING NEWS

ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ସମ୍ପୃକ୍ତ ଥିବା ଅଭିଯୁକ୍ତର ମୃତ୍ୟୁ

ନୂଆଦିଲ୍ଲୀ: ୨୦୧୯ରେ ପୁଲୱାମା, ଜମ୍ମୁ କଶ୍ମୀରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ସମ୍ପୃକ୍ତ ଥିବା ଜଣେ ଅଭିଯୁକ୍ତଙ୍କର ସୋମବାର ବିଳମ୍ବିତ ରାତିରେ ହୃଦଘାତରେ ମୃତ୍ୟୁ ହୋଇଛି। ତାଙ୍କର ବୟସ ୩୨ ବର୍ଷ ଥିଲା। ତାଙ୍କୁ ଜମ୍ମୁର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ନ୍ୟୁଜ୍ ଏଜେନ୍ସି ପିଟିଆଇ ଅନୁଯାୟୀ ଜଣେ ଅଧିକାରୀ ଏହି ସୂଚନା ଦେଇଛନ୍ତି। ବିଲାଲ ଅହମ୍ମଦ କୁଚି ନାମକ ଏହି ଅଭିଯୁକ୍ତ କାକାପୋରାର ହାଜିବଲ ଗାଁର ବାସିନ୍ଦା ଥିଲେ। ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ସେ ୧୯ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ଥିଲେ।

ସୂଚନାଯୋଗ୍ୟ, ୧୪ ଫେବୃଆରୀ ୨୦୧୯ରେ ପୁଲୱାମାରେ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ ନାମକ ଜଣେ ଆତଙ୍କବାଦୀ ତାଙ୍କ କାରକୁ ବିସ୍ଫୋରକ ସାମଗ୍ରୀ ଭର୍ତ୍ତି କରି ସୁରକ୍ଷା ବାହିନୀର କନଭେନରେ ପ୍ରବେଶ କରିଥିଲେ। ଏହି ଆତଙ୍କବାଦୀ ଆକ୍ରମଣରେ ୪୦ ସିଆରପିଏଫ ଯବାନ ଶହୀଦ ହୋଇଥିଲେ। ୮ ଜଣ ଆହତ ହୋଇଥିଲେ। ଅଧିକାରୀଙ୍କ ଅନୁଯାୟୀ ଅଭିଯୁକ୍ତ ବିଲାଲ ଅହମ୍ମଦ କିଶତୱଡା ଜିଲ୍ଲା ଜେଲରେ ଅସୁସ୍ଥ ହେବା ପରେ ସେପ୍ଟେମ୍ବର ୧୭ରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ।

୨୦୧୯ ମସିହାରେ ଜାମ୍ମୁ କାଶ୍ମୀରର ପୁଲୱାମା ଜିଲ୍ଲାରେ ଘଟିଥିବା ଆତଙ୍କବାଦୀ ଆକ୍ରମଣକୁ ଦେଶ କଦାପି ଭୁଲିପାରିବ ନାହିଁ। ଏହି ଆକ୍ରମଣରେ ଆମେ ଆମର ୪୦ ଜଣ ସେନାଙ୍କୁ ହରାଇଛୁ। ଆତଙ୍କବାଦୀମାନେ ଶ୍ରୀନଗର-ଜାମ୍ମୁ ରାଜପଥରେ ଲେଥୋରା ନିକଟରେ ଏକ ଆଇଏଡି ବିସ୍ଫୋରଣ କରି ସିଆରପିଏଫ କନଭେନକୁ ଟାର୍ଗେଟ କରିଥିଲେ। ଏହି ଆକ୍ରମଣରେ ୪୦ ସିଆରପିଏଫ ସହିଦ ହୋଇଥିଲେ। ଏହି ସମୟରେ ଅନେକ ସେନା ମଧ୍ୟ ଆହତ ହୋଇଥିଲେ। ଏନଆଇଏର ଚାର୍ଜସିଟରେ ବିଲାଲ ଅହମ୍ମଦଙ୍କ ନାମ ଅନ୍ତର୍ଭୁକ୍ତ କରାଯାଇଥିଲା। ଅଗଷ୍ଟ ୨୫, ୨୦୨୦ ରେ ବିଲାଲ ଅହମ୍ମଦ ଏବଂ ଅନ୍ୟ ୧୮ ଅଭିଯୁକ୍ତଙ୍କ ବିରୋଧରେ ଏନଆଇଏ ଏକ ଚାର୍ଜସିଟ ଦାଖଲ କରିଥିଲା। ଗିରଫ ହୋଇଥିବା ୭ଜଣ ଅଭିଯୁକ୍ତଙ୍କ ମଧ୍ୟରେ ବିଲାଲ ମଧ୍ୟ ଥିଲେ।

Leave A Reply

Your email address will not be published.