Latest Odisha News

ବିଲକିସ ବାନୋ ମାମଲା: ସୁପ୍ରିମକୋର୍ଟରେ ସମୟ ମାଗିଲେ ୩ ଅଭିଯୁକ୍ତ

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ବିଲକିସ ବାନୋ ମାମଲା । ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ତିନି ଅଭିଯୁକ୍ତ । ନିଜର ବ୍ୟକ୍ତିଗତ କାରଣ ଦର୍ଶାଇ ଆତ୍ମସମର୍ପଣର ଅବଧି ବଢାଇବାକୁ ଅଭିଯୁକ୍ତମାନେ କୋର୍ଟରେ ଆବେଦନ କରିଛନ୍ତି । ଆତ୍ମସମର୍ପଣର ସମୟସୀମାକୁ ୪ ସପ୍ତାହରୁ ୬ ସପ୍ତାହକୁ ବୃଦ୍ଧି କରିବାକୁ ଆବେଦନ କରିଛନ୍ତି ଅଭିଯୁକ୍ତମାନେ ।

ସୂଚନା ଅନୁସାରେ, ବିଲ୍‌କିସ୍‌ ବାନୋଙ୍କ ସହିତ ଦୁଷ୍କର୍ମ କରିବା ଓ ତାଙ୍କ ପରିବାରର ୭ ଜଣ ଲୋକଙ୍କୁ ହତ୍ୟା କରି ଜେଲ୍‌ଦଣ୍ଡ ଭୋଗୁଥିବା ୧୧ଜଣ ଦୋଷୀଙ୍କୁ ମୁକ୍ତ କରିବା ଲାଗି ଗୁଜରାଟ ସରକାର ଦେଇଥିବା ଆଦେଶକୁ ଜାନୁଆରି ୮ ତାରିଖରେ ସୁପ୍ରିମ୍‌କୋର୍ଟ ରଦ୍ଦ କରି ଦେଇଥିଲେ । ଦୋଷୀଙ୍କୁ ସମୟ ପୂର୍ବରୁ ମୁକ୍ତି କରିବା ଠିକ୍ ନୁହେଁ ବୋଲି କୋର୍ଟ କହିଥିଲେ ଏବଂ ଗୁଜୁରାଟ ସରକାର ଦେଇଥିବା ଆଦେଶକୁ ରଦ୍ଦ କରିଥିଲେ । ଏଥିସହ ଦୁଇ ସପ୍ତାହ ମଧ୍ୟରେ ସମସ୍ତ ଦୋଷୀଙ୍କୁ ସରେଣ୍ତର କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

ସୂଚନାଯୋଗ୍ୟ ଯେ, ୨୦୦୨, ମାର୍ଚ୍ଚ ୩ ତାରିଖରେ ଗୁଜରାଟର ଗୋଧ୍ରା ଟ୍ରେନ୍‌ ପୋଡ଼ି ଘଟଣା ପରେ ପରେ ରାଜ୍ୟରେ ଦଙ୍ଗା ବ୍ୟାପିଥିଲା । ଦଙ୍ଗାକାରୀମାନଙ୍କ ହାବୁଡ଼କରୁ ଖସି ପଳାଉଥିବା ବିଲ୍‌କିସ୍‌ ବାନୋଙ୍କୁ ସେତେବେଳେ ୨୧ ବର୍ଷ ହୋଇଥିଲା ଏବଂ ସେ ୫ ମାସର ଗର୍ଭବତୀ ଥିଲେ । ଦଙ୍ଗାକାରୀମାନେ ତାଙ୍କ ସହିତ ଦୁଷ୍କର୍ମ କରିବା ସହିତ ତାଙ୍କ ପରିବାରର ୭ଜଣ ସଦସ୍ୟଙ୍କୁ ହତ୍ୟା କରିଥିଲେ ।

Comments are closed.