Latest Odisha News

BREAKING NEWS

ବିଲକିସ୍ ବାନୋ ମାମଲାରେ କେନ୍ଦ୍ର ଓ ଗୁଜରାଟ ସରକାରକୁ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ବିଲକିସ୍ ବାନୋ ମାମଲାରେ ଗୁଜରାଟ ସରକାରଙ୍କ ନିର୍ଦ୍ଦେଶକୁ ବାତିଲ କରିବାକୁ ସାମାଜିକ କର୍ମୀ ସୁଭାଷିନୀ ଅଲିଙ୍କ ସମେତ ୪ଜଣ କୋର୍ଟରେ ଦାବି କରିଛନ୍ତି। ସୁପ୍ରିମକୋର୍ଟ ଏହି ମାମଲାରେ ଆଜି ଶୁଣାଣି କରି ଗୁଜୁରାଟ ସରକାର ଏବଂ କେନ୍ଦ୍ରକୁ ୪ ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଆବେଦନାକାରୀଙ୍କ ପକ୍ଷରୁ ଆଇନଜୀବୀ କପିଲ ସିବଲ ଦେଶର ପ୍ରଧାନ ବିଚାରପତି ଏନ.ଭି ରମନ୍ନାଙ୍କ ଖଣ଼୍ଡପୀଠ ଆଗରେ ପକ୍ଷ ରଖିଥିଲେ। ଶୁଣାଣି ସମୟରେ ସୁପ୍ରିମକୋର୍ଟ ଗୁଜୁରାଟ ସରକାର ଏବଂ କେନ୍ଦ୍ରକୁ ୨୦୦୨ ଗୋଦ୍ରା ଦଙ୍ଗା ସମୟରେ ୧୪ ଜଣଙ୍କ ହତ୍ୟା ଏବଂ ମହିଳାଙ୍କୁ ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୧୧ ଜଣଙ୍କୁ କେଉଁ କାରଣରୁ ନିର୍ଦ୍ଦୋଷରେ ଖଲାସ କରାଗଲା ସେ ନେଇ ପକ୍ଷ ରଖିବାକୁ କହିଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଦୁଇ ସପ୍ତାହ ପରେ ହେବ।

ବିଲକିସ ବାନୋ ମାମଲାରେ ଦୋଷୀ ନିର୍ଦ୍ଦୋଶରେ ଖଲାସ ହେବା ପରେ ଗୁଜରାଟ ସରକାରର ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଇଛନ୍ତି ପୀଡିତା। ଏହାପରେ ଗୁଜୁରାଟ ସରକାର କହିଥିଲେ ଯେ ଗୁଜୁରାଟରେ ୨୦୦୨ ଦଙ୍ଗାର ବିଲକିସ୍ ବାନୋ ମାମଲାରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇଥିବା ୧୧ ଜଣ ଦୋଷୀଙ୍କୁ ୨୦୦୮ ମସିହାରେ ଦୋଷୀ ସାବ୍ୟସ୍ତ ହେବା ସମୟରେ ଗୁଜୁରାଟରେ ଚାଲିଥିବା କ୍ଷମା ପ୍ରାର୍ଥନା ନୀତି ଅନୁଯାୟୀ ଏମାନଙ୍କୁ ମୁକ୍ତ କରାଯାଇଛି। ଏହି ସୂଚନା ଗୁଜରାଟ ସରକାରଙ୍କ ଗୃହ ବିଭାଗର ଜଣେ ବରିଷ୍ଠ ଅଧିକାରୀ ୧୬ ଅଗଷ୍ଟରେ ଦେଇଥିଲେ। ଏପରି କରି କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶାବଳୀ ଉଲ୍ଲଂଘନ କରାଯାଇଥିବା ଦାବିକୁ ଖାରଜ କରିଥିଲେ।

ଜାନୁଆରୀ ୨୧, ୨୦୦୮ରେ ମୁମ୍ବାଇର ଏକ ସ୍ୱତନ୍ତ୍ର ସିବିଆଇ କୋର୍ଟ ଏହି ୧୧ ଜଣଙ୍କୁ ବିଲକିସ୍ ବାନୋଙ୍କ ପରିବାରର ୭ଜଣ ସଦସ୍ୟଙ୍କୁ ବଳାତ୍କାର ଓ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ତାଙ୍କ ଦୋଷକୁ ବମ୍ବେ ହାଇକୋର୍ଟ ସମର୍ଥନ କରିଛନ୍ତି। ଯେତେବେଳେ ବିଲକିସ୍ ବାନୋଙ୍କୁ ଗଣଦୁଷ୍କର୍ମ କରାଯାଇଥିଲା, ସେତେବେଳେ ତାଙ୍କୁ ୨୧ ବର୍ଷ ହୋଇଥିଲା ଏବଂ ସେ ପାଞ୍ଚ ମାସର ଗର୍ଭବତୀ ଥିଲେ। ମୃତ୍ୟୁବରଣ କରିଥିବା ଲୋକଙ୍କ ମଧ୍ୟରେ ତାଙ୍କର ତିନି ବର୍ଷର ଝିଅ ମଧ୍ୟ ଥିଲେ।

Leave A Reply

Your email address will not be published.