ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ୪ ଦୋଷୀଙ୍କ ଘୁଂଚି ଘୁଂଚି ଯାଉଛି ଫାଶୀ ତାରିଖ । ଦୋଷୀମାନେ ଫାଶୀରୁ ବର୍ତ୍ତିବା ପାଇଁ ଆଇନର ନୂଆ ନୂଆ ବିକଳ୍ପର ସାହାରା ନେବାରେ ଲାଗିଛନ୍ତି । ଆସନ୍ତା ମାର୍ଚ୍ଚ ୩ ତାରିଖରେ ୪ ଦୋଷୀଙ୍କୁ ଫାଶୀ ଦେବା ପାଇଁ ପଟିଆଲା ହାଉସ କୋର୍ଟ ନୂଆ ଡେଥ ୱାରେଂଟ ଜାରି କରିଛନ୍ତି । ତେବେ ଏହାରି ଭିତରେ ଫାଶୀକୁ ପୁଣି ଥରେ ଘୁଂଚାଇବା ପାଇଁ ଦୋଷୀ ବିନୟ ଶର୍ମା ସୁପ୍ରିମକୋର୍ଟ ପରେ ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହୋଇଛି ।
ବିନୟର ଓକିଲ ଏପି ସିଂହ କହିଛନ୍ତି ଯେ, ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦ୍ୱାରା ଖାରଜ ହୋଇଥିବା ତାଙ୍କର ରାଜକ୍ଷମା ସମ୍ପୂର୍ଣ୍ଣ ଅଣ-ସାମ୍ବିଧାନିକ । ରାଜକ୍ଷମା ଖାରଜ ପାଇଁ ୨୯ ଜାନୁଆରୀରେ ଆମ୍ ଆଦମୀ ପାର୍ଟି ନେତା ସତ୍ୟେନ୍ଦ୍ର ଜୈନ ରାଷ୍ଟ୍ରପତିଙ୍କୁ ସୁପରାଶି କରିଥିଲେ ।
କିନ୍ତୁ ସେ ସମୟରେ ସତ୍ୟେନ୍ଦ୍ର ଜୈନ ମନ୍ତ୍ରୀ ପଦରେ ନଥିଲେ କି ବିଧାୟକ ନଥିଲେ । ଜାନୁଆରୀ ୨୯ରେ ଦିଲ୍ଲୀରେ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇସାରିଥିଲା । ଏହାର ବିଚାର କରିବା ପାଇଁ ସେ ନିର୍ବାଚନ କମିଶନଙ୍କ ନିକଟରେ ଦାବି କରିଛନ୍ତି ।
ସୂଚନା ମୁତାବକ ନିର୍ଭୟା ଦୋଷୀ ଅକ୍ଷୟ ସିଂ ଠାକୁର, ମୁକେଶ ସିଂ, ପୱନ କୁମାର ଗୁପ୍ତାଙ୍କ ପାଖରେ ଫାଶୀରୁ ବଂଚିବା ପାଇଁ ଅନ୍ୟ କୌଣସି ବିକଳ୍ପ ଆଉ ନାହିଁ । ତେବେ ବିନୟ କୁମାର ଶର୍ମାଙ୍କ ପାଖରେ ରାଜକ୍ଷମା ଏବଂ କ୍ୟୁରେଟିଭ୍ ପିିଟିଶନର ବିକଳ୍ପ ରହିଛି ।
BREAKING NEWS
- SIR Declaration: ବିବାଦ ପରେ ନିର୍ବାଚନ କମିଶନଙ୍କ ବଡ ନିଷ୍ପତ୍ତି, ଫର୍ମ-୬ ସହ ଆଉ ଦେବାକୁ ପଡ଼ିବନି ଅତିରିକ୍ତ ଘୋଷଣା
- INDIA bloc Meet: ଦିଲ୍ଲୀରେ ବିରୋଧୀଙ୍କ ବଡ ବୈଠକ! SIR ବିବାଦ, CECଙ୍କ ଇସ୍ତଫା ନେଇ ତାତିଲା ରାଜନୀତି, ସରକାରଙ୍କୁ ଘେରିବାକୁ ବଡ ରଣନୀତି?
- ଗହୀରମଥାରୁ ୧୯ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ
- ବନ୍ୟାରେ ଉବୁଟୁବୁ ଭଦ୍ରକ, ଆଜି ୧୬୬ ସ୍କୁଲ ବନ୍ଦ…
- ଟେକ୍-ଅଫର କିଛି ସମୟ ପରେ ସେନା ବିମାନ କ୍ରାସ, ୬ ମୃତ
- ଦୀର୍ଘ ୬ ବର୍ଷ ପରେ ଖୋଲିଲା ଗୁଣ୍ଡିଚା ମନ୍ଦିର
- ଆଜି ୪ ଘଣ୍ଟା ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ, ଜାଣନ୍ତୁ କାହିଁକି…
- ଆଜି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ, ବିଭିନ୍ନ ସ୍ଥାନରେ ଟାୟାର ଜାଳି…
- ଜାମ୍ମୁ-କାଶ୍ମୀରର କଠୁଆରେ ବଡ଼ ଅଘଟଣ :ଯବାନଙ୍କ ଗୁଳିଚାଳନାରେ ୪ ସହକର୍ମୀ ମୃତ
- ଭିଜିଲାନ୍ସ ସ୍ୱତନ୍ତ୍ର କୋର୍ଟରେ ପୂର୍ବତନ ଆରଟିଓ ଦୋଷୀ ସାବ୍ୟସ୍ତ

Comments are closed.