Latest Odisha News

ମ୍ୟାଟ୍ରିକ୍ ପରୀକ୍ଷା ଆଡମିଟ୍ କାର୍ଡ ଜାଲିଆତି; ୨ ଗିରଫ

ସମ୍ବଲପୁର: ସମ୍ବଲପୁର ଜିଲ୍ଲାରେ ବାର୍ଷିକ ଓଡିଶା ଷ୍ଟେଟ୍ ଓପନ୍ ସ୍କୁଲ୍ ମ୍ୟାଟ୍ରିକ୍ ପରୀକ୍ଷା ଆଡମିଟ୍ କାର୍ଡ ଜାଲିଆତି କରିବା ଅଭିଯୋଗରେ ଦୁଇ ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି ।

ଏହି ଘଟଣାଟି ଘଟିଛି ଧନୁପାଲ୍ଳୀ ସ୍ଥିତ କମିଶନର କଲୋନୀ ହାଇସ୍କୁଲରେ ।

ଲକ୍ଷ୍ମୀ ମେହେର (୨୮)ଙ୍କ ସ୍ଥାନରେ କମଳା ସେଠଙ୍କୁ ପରୀକ୍ଷା ଦେବାକୁ ଥିଲା । ଉଭୟ ଆଡମିଟ୍ କାର୍ଡରେ ନିଜ ନାମ ଓ ଫଟୋ ବଦଳାଇ ଦେଇଥିଲେ । ଯେପରିକି ଉକ୍ତ ଘଟଣା କାହା ନଜରକୁ ଆସି ପାରିବନାହିଁ ବୋଲି ଧନୁପାଲ୍ଲୀ ପୋଲିସ ସୁତ୍ରରୁ ପ୍ରକାଶ ।

ସେଣ୍ଟର ସୁପରିଟେଣ୍ଡେଣ୍ଟ ବିନତି ମିଶ୍ର ତାଙ୍କୁ ଧରିବା ସହ ଧନୁପାଲ୍ଲୀ ପୋଲିସକୁ ଖବର ଦେଇଥିଲେ । ପରେ ଆଇପିସିର ଧାରା ୪୧୯,୪୨୦, ୪୬୮ ସହ ୧୯୯୮ର ଓଡିଶା କଣ୍ଡକ୍ଟ ଅଫ୍ ଏକ୍ସାମିଶନ ଆକ୍ଟର ଅନ୍ତର୍ଗତ ସେକ୍ସନ ୯ରେ ଏକ ମାମଲା ରୁଜୁ କରାଯାଇଛି ।

ତେବେ ଏହି ଘଟଣା ତଦନ୍ତ କରିବା ସହ ପୋଲିସ ଦୁହିଁଙ୍କୁ ଗିରଫ କରିଛି ।

Leave A Reply

Your email address will not be published.