Latest Odisha News

BREAKING NEWS

ଦୟାନିଧି ଦାସଙ୍କ ଜୀବନୀ ପୁସ୍ତକ ‘ବଣ ମାଳତୀ’ ଉନ୍ମୋଚିତ

ନୟାଗଡ଼ : ବହୁ ପ୍ରତିଭାର ଅଧିକାରୀ ନାଟ୍ୟଗୁରୁ ଦୟାନିଧି ଦାସଙ୍କ ଜୀବନୀ ଉପରେ ଆଧାରିତ ପୁସ୍ତକ ‘ବଣ ମାଳତୀ’ ସଙ୍ଗୀତଜ୍ଞ ପ୍ରଦୀପ୍ତ କୁମାର ପଟ୍ଟନାୟକଙ୍କ ଦ୍ୱାରା ନାଟ୍ୟଗୁରୁଙ୍କ ଜନ୍ମସ୍ଥାନ ସଜନାପଡ଼ାରେ ଉନ୍ମୋଚିତ ହୋଇଯାଇଛି। ପାଞ୍ଚଶହରୁ ଉର୍ଦ୍ଧ୍ବ ପୃଷ୍ଠା ବିଶିଷ୍ଟ ଏହି ପୁସ୍ତକ ସଙ୍ଗୀତଶିଳ୍ପୀ ଡ . ବିଜୟଲକ୍ଷ୍ମୀ ଦାସଙ୍କ ଦ୍ଵାରା ସଙ୍କଳିତ ହୋଇଛି।

ଦୟାନିଧି ଦାସ ରେଭେନ୍ସା ମହାବିଦ୍ୟାଳୟରୁ ବି.ଏ ପାସ କରିବା ପରେ କଟକ ସେକେଣ୍ଡରୀ ହାଇସ୍କୁଲରେ ଶିକ୍ଷକତା ସହ ଓଡ଼ିଶୀ, କଥକ ଓ ଲୋକନୃତ୍ୟ ତଥା ବାଦ୍ୟବାଦନରେ ପ୍ରବୀଣ ହୋଇ ନିଜର ଅନୁଷ୍ଠାନ ନୃତ୍ୟାୟନ ପ୍ରତିଷ୍ଠା କରି ଶତାଧିକ ଛାତ୍ରଛାତ୍ରୀଙ୍କୁ ପ୍ରଶିକ୍ଷଣ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ବିଜୟଲକ୍ଷ୍ମୀ ଦାସ, ମନୋଜ ବେହେରା ଓ ଦେବରାଜ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.