Latest Odisha News

BREAKING NEWS

କିରନ୍ ଖେରଙ୍କୁ ବ୍ଳଡ୍ କ୍ୟାନ୍ସର, ଏକାଧିକ ମାଇଲୋମା ରୋଗରେ ପୀଡ଼ିତ କିରନ୍, ମୁମ୍ବାଇରେ ଚାଲିଛି ଚିକିତ୍ସା 

ମୁମ୍ବାଇ: ବିଜେପି ସାଂସଦ ତଥା ଭେଟେରାନ୍ ଅଭିନେତ୍ରୀ କିରନ୍ ଖେର ରକ୍ତ କର୍କଟ ରୋଗରେ ପୀଡିତ । ତାଙ୍କ ଦଳର ସହକର୍ମୀ ଅରୁଣ ସୁଦ ଏକ ସାମ୍ବାଦିକ ସମ୍ମିଳନୀରେ କିରଣ ଖେର ରକ୍ତ କର୍କଟରେ ପୀଡିତ ଥିବା ସୂଚନା ଦେଇଛନ୍ତି । ତାଙ୍କର ଚିକିତ୍ସା ମୁମ୍ବାଇ କରବା ହସ୍ପିଟାଲରେ ଚାଲିଛି ।

ଚଣ୍ଡିଗଡ଼ର ଭାରତୀୟ ଜନତା ପାର୍ଟିର ସାଂସଦ ତଥା ଜଣାଶୁଣା ଅଭିନେତ୍ରୀ କିରନ୍ ଖେର ଏକାଧିକ ମାଇଲୋମା ରୋଗରେ ପୀଡିତ । ଗତ ଏକ ବର୍ଷ ହେଲା ସେ ଏହି ରୋଗର ଚିକିତ୍ସା ଆରମ୍ଭ କରିଛନ୍ତି । ଏବେ ସେ ସୁସ୍ଥ ଅଛନ୍ତି ବୋଲି କହିଛନ୍ତି ଅରୁଣ ସୁଦ  |

ସୂଚନା ଅନୁସାରେ, ଗତବର୍ଷ ନଭେମ୍ବର ୧୧ରେ କିରଣଙ୍କ ହାତରେ ଗଭୀର ଆଘାତ ଲାଗିଥିଲା । ଏହାପରେ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସା ପରେ ତାଙ୍କର ଏକାଧିକ ମାଇଲୋମାର ଲକ୍ଷଣ ଥିବା ଜଣାପଡିଲା । ଏହା ଧିରେ ଧିରେ ତାଙ୍କ ବାମ ହାତରୁ ଡାହାଣ କାନ୍ଧ ଯାଏଁ ବ୍ୟାପିଯାଇଥିଲା । ୨୦୨୦ ଡିସେମ୍ବର ୪ରେ ତାଙ୍କୁ ଚିକିତ୍ସା ପାଇଁ ମୁମ୍ବାଇକୁ ଅଣାଯାଇଥିଲା ।

ସେପଟେ କିରଣ ଖେରଙ୍କ ସ୍ବାମୀ ଅନୁପମ ଖେର ସୋସିଆଲ ମିଡିଆ ଜରିଆରେ କହିଛନ୍ତି, ‘ଦୟାକରି ଗୁଜବ ପ୍ରଚାର କରନ୍ତୁ ନାହିଁ । କିରଣ ମଲଟିପୁଲ ମାଇଲୋମାରେ ଆକ୍ରାନ୍ତ। ଯାହାକି ଏକ ପ୍ରକାର ରକ୍ତ କର୍କଟ । ଏବେ ତାଙ୍କର ଚିକିତ୍ସା ଜାରି ରହିଛି । ସେ ନିଶ୍ଚୟ ଏହି ଯୁଦ୍ଧରେ ବିଜୟ ହେବେ ବୋଲି ଆମର ବିଶ୍ବାସ ଅଛି ବୋଲି ଅନୁପମ କହିଛନ୍ତି ।

Leave A Reply

Your email address will not be published.