ନୂଆଦିଲ୍ଲୀ: ଖୁବ୍ ଶୀଘ୍ର ଭାରତକୁ ମିଳିପାରେ ଆଉ ଏକ କରୋନା ଟିକା। ପ୍ରସ୍ତୁତି ଜୋରସୋରରେ ଚାଳିଛି। ଚୂଡାନ୍ତ ଫଳ ଆସିବା ପରେ ଏହା ସାଧାରଣ ନାଗରିକଙ୍କ ଲାଗି ଉପଲବ୍ଧ ହେବ ବୋଲି ହାଇଦ୍ରାବାଦ ସ୍ଥିତ ଫାର୍ମାସ୍ୟୁଟିକାଲ୍ କମ୍ପାନୀ ବାୟୋଲୋଜିକାଲ ଇ ସୂଚନା ଦେଇଛି।
ଏହି କମ୍ପାନୀ ଏକ ନୂଆ କରୋନା ବିରୋଧୀ ଟିକା ବାହାର କରିଛି। ଏହି ‘କରବେଭ୍ୟାକ୍ସ’ ଟିକା ସେପ୍ଟେମ୍ବର ଶେଷ ସୁଦ୍ଧା ଭାରତରେ ଲଞ୍ଚ କରିବ ବୋଲି ଆଶା କରାଯାଉଛି ବୋଲି ସୋମବାର କମ୍ପାନି ସୂତ୍ରରୁ ପ୍ରକାଶ।
ବାୟୋଲୋଜିକାଲ୍-ଇ ଦ୍ବାରା ବିକଶିତ ହେଉଥିବା ଏହି ଟିକା ହେଉଛି ଏକ ଆରବିଡି ପ୍ରୋଟିନ୍ ସବ୍-ୟୁନିଟ୍ ଟିକା ଏବଂ ପ୍ରଥମ ପର୍ଯ୍ୟାୟ ଏବଂ ଦ୍ବିତୀୟ କ୍ଲିନିକାଲ୍ ପରୀକ୍ଷଣରେ ଆଶା ମୁତାବକ ଫଳାଫଳ ଦେଖାଯାଇଥିଲା। ଏହାପରେ ନିକଟରେ ତୃତୀୟ ପର୍ଯ୍ୟାୟ କ୍ଲିନିକାଲ୍ ଟେଷ୍ଟ କରାଯାଇଥିଲା। ବର୍ତ୍ତମାନ ଭାରତରେ କୋଭିଶିଲ୍ଡ, କୋଭାକ୍ସିନ ଏବଂ ସ୍ପୁଟନିକ ଭି ଟିକା ଡୋଜ ଦିଆଯାଉଛି।
Comments are closed.