Latest Odisha News

BREAKING NEWS

ମୀରାବାଇଙ୍କ ରୌପ୍ୟ ପଦକ ସ୍ୱର୍ଣ୍ଣ ହେବା ସମ୍ଭାବନା ସୃଷ୍ଟି, ଝିହୁଇ ହୋଙ୍କ ଡୋପ ଟେଷ୍ଟ ହୋଇପାରେ !

ନୂଆଦିଲ୍ଲୀ: ଭାରତୀୟ ୱେଟ ଲିଫ୍ଟର ମୀରାବାଇ ଚାନୁ ଅଲିମ୍ପିକ୍ସରେ ହାସଲ କରିଥିବା ରୌପ୍ୟ ପଦକ ସ୍ୱର୍ଣ୍ଣରେ ପରିଣତ ହେବା ସମ୍ଭାବନା ସୃଷ୍ଟି ହୋଇଛି । ଶନିବାର ଟୋକିଓ ଅଲିମ୍ପିକ୍ସ ମହିଳା ୱେଟ ଲିଫ୍ଟିଂରେ ଚୀନର ଝିହୁଇ ହୋ ୨୧୦ କେଜି ଭାର ଉଠାଇ ନୂତନ ଅଲିମ୍ପିକ ରେକର୍ଡ ସହ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ରିପୋର୍ଟ ମୁତାବକ ଆଂଟି ଡୋପିଂ ଅଥରିଟି ତାଙ୍କର ଡୋପ ଟେଷ୍ଟ କରିବା ପାଇଁ ଚିନ୍ତା କରୁଛନ୍ତି ।

ଏଥିରେ ଯଦି ସେ ବିଫଳ ହୁଅନ୍ତି ତାହାହେଲେ ପଦକ ହାତଛଡା ହେବ ଏବଂ ଏହାର ଫାଇଦା ଅନ୍ୟମାନଙ୍କୁ ହେବ । ସୂଚନାଯୋଗ୍ୟ, ଏହି ବିଭାଗରେ ଭାରତର ମୀରାବାଇ (୨୦୨କେଜି) ଓ ଇଣ୍ଡୋନେସିଆର କାଂଟିକା ଆଇଶା (୧୯୪କେଜି) ଯଥାକ୍ରମେ ରୌପ୍ୟ ଓ ବ୍ରୋଞ୍ଜ ପଦକ ଜିତିଥିଲେ ।

Leave A Reply

Your email address will not be published.