ଭୁବନେଶ୍ୱର: ଏଣିକି ବଡ଼ ବଡ଼ ରୋଗୀଙ୍କ ନମୁନା ରାଜ୍ୟ ବାହାରକୁ ଆଉ ଯିବନି। କ୍ୟାପିଟାଲ୍ ହସ୍ପିଟାଲ ପିଜିଆଇଏମଇଆରରେ ହେବ ବାୟୋପ୍ସି ପରୀକ୍ଷା। ଏଥିପାଇଁ ହସ୍ପିଟାଲ ପରିସରରେ ସ୍ଥାପନ ହେବ ଷ୍ଟେଟ୍ ପବ୍ଲିକ ହେଲ୍ଥ ଲାବୋରେଟୋରୀ। କ୍ୟାପିଟାଲ୍ ହସ୍ପିଟାଲ ପିଜିଆଇଏମଇଆରରେ ବାୟୋପ୍ସି ପରୀକ୍ଷା ହୋଇ ରିପୋର୍ଟ ମଧ୍ୟ ମିଳିବ। କେବଳ ଏତିକି ନୁହେଁ ମାଇକ୍ରୋବାୟୋଲୋଜି, ପାରାସିଟୋଲୋଜିକାଲ ଟେଷ୍ଟ୍, କଲ୍ଚର୍ ଟେଷ୍ଟ, କେତେକ କ୍ୟାନସର ପରୀକ୍ଷା ରିପୋର୍ଟ ଏପରିକି ରକ୍ତ ଜନିତ ତ୍ରୁଟି ପାଇଁ ମଧ୍ୟ ଏଠାରେ ପରୀକ୍ଷା ହେବ ନମୁନା।
ଜି-୪ ମହଲା ବିଶିଷ୍ଟ ବିଲ୍ଡିଂରେ ଏହି ସବୁ ସୁବିଧା ମିଳିବ। ଏଥିପାଇଁ ୨୧ କୋଟି ୬୨ ଲକ୍ଷ ୫୦ ହଜାର ଟଙ୍କା ବ୍ୟୟବରାଦ କରାଯାଇଛି। ହସ୍ପିଟାଲ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏନେଇ ସ୍ୱାସ୍ଥ୍ୟ ବିଭାଗ ନିଷ୍ପତ୍ତି ନେଇଛି। ହସ୍ପିଟାଲ ପାଥୋଲୋଜି ବିଭାଗ ପାଖରେ ଏହି ଲାବୋରେଟୋରୀ ନିର୍ମାଣ ହେବ। ସେହିପରି ବିରଳ ରୋଗ ହେଉ ବା ଜେନେଟିକ୍ କୋଡ୍ ପରୀକ୍ଷା ଏହାକୁ ନେଇ ଗବେଷଣା ଏହି ଲାବୋରେଟୋରୀରେ କରାଯିବ। ଏହି ପରୀକ୍ଷା ପାଇଁ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ପାଇଁ ଅତ୍ୟାଧୁନିକ ମେସିନରେ ସୁଯୋଗ ମିଳିବ। ଗରିବ ରୋଗୀ ମାଗଣାରେ ଚିକିତ୍ସା ପାଇବେ।
Comments are closed.