ମୁମ୍ବାଇ: ବଲିଉଡ ଅଭିନେତ୍ରୀ ବିପାଶା ବସୁ ବଡ ପରଦାରୁ ଦୂରେଇ ଥିଲେ ମଧ୍ୟ ଏବେ ସୋସିଆଲ ମିଡିଆରେ ଖୁବ୍ ସକ୍ରୀୟ ଅଛନ୍ତି । ସବୁବେଳେ ସେ ପ୍ରଶଂସକଙ୍କ ସହ ଯୋଡି ହୋଇ ରହିଥାନ୍ତି । ନିକଟରେ ସେ ତାଙ୍କ ନୂଆ କାରର ଫଟୋ ଓ ଭିଡ଼ିଓ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି । ଏଥିରୁ ଜଣାଯାଇଛି ଯେ, ସେ ତାଙ୍କ କାର କଲେକସନରେ ଏକ ନ୍ୟୁ ଅଡି କ୍ୟୁ ୭କୁ ସାମିଲ କରିଛନ୍ତି, ଯାହାର ମୂଲ୍ୟ ରହିଛି ୯୨ ଲକ୍ଷ ଟଙ୍କା ।
ବିପାଶା ତାଙ୍କ ନୂଆ କାରର ଏକ ଭିଡିଓକୁ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି । ଯେଉଁଥିରେ ସେ ତାଙ୍କ ସ୍ୱାମୀ କରଣ ସିଂ ଗ୍ରୋଭରଙ୍କ ସହ ଅଡି କ୍ୟୁ୭ର ଡେଲିଭରି ନେଉଥିବାର ନଜର ଆସିଛନ୍ତି । କାର ନେବା ପୂର୍ବରୁ ସେମାନେ କେକ କାଟି ଖୁସି ମନାଇଛନ୍ତି । ଏହି ସମୟରେ ବିପାଶା ଓ କରନ୍ ଖୁସି ଥିବା ଦେଖିବାକୁ ମିଳିଛି । ଏହାର ଭିଡିଓକୁ ସେୟାର କରି ବିପାଶା କ୍ୟାପସନରେ ଲେଖିଛନ୍ତି ଯେ – ‘ଦେବୀଙ୍କ ନୂଆ ସବାରୀ … ଦୁର୍ଗା ଦୁର୍ଗା …’ । ଭିଡିଓରେ ତାଙ୍କ ପ୍ରଶଂସକମାନେ ଭି୍ନ୍ନ ଭିନ୍ନ ମତ ଦେବା ସହ ଅଭିନେତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
Comments are closed.