ମୁମ୍ବାଇ: ମିକା ସିଂ ଇଣ୍ଡଷ୍ଟ୍ରିର ଜଣେ ପ୍ରସିଦ୍ଧ ଗାୟକ ହେବା ସହ ଫିଲ୍ମ ପ୍ରଡ୍ୟୁସର ମଧ୍ଯ ଅଟନ୍ତି।
ମିକା ସିଂ, ବିପାଶା ବସୁ ଏବଂ କରଣ ସିଂ ଗ୍ରୋଭରଙ୍କ ସହିତ କାମ କରିବାର ଅନୁଭୂତି ବିଷୟରେ ଏକ ପୋଡକାଷ୍ଟରେ ସେୟାର କରି କହିଛନ୍ତି ଯେ ଏହି ଦମ୍ପତିଙ୍କ ସହ ଫିଲ୍ମ ନିର୍ମାଣ କରିବା କୌଣସି ଦୁଃସ୍ବପ୍ନ ଠାରୁ କମ ନଥିଲା। ଏପରିକି ଫିଲ୍ମର ସୁଟିଂ ସମୟରେ ବିପାଶା ଏବଂ କରଣ ତାଙ୍କୁ ବହୁତ ହଇରାଣ ମଧ୍ଯ କରିଥିଲେ।
ବିକ୍ରମ ଭଟ୍ଟଙ୍କ ନିର୍ଦ୍ଦେଶନାରେ ସେ ଫିଲ୍ମ ‘ଡେଞ୍ଜରସ’ ନିର୍ମାଣ କରିଥିଲେ। ଏହି ଚଳଚ୍ଚିତ୍ରର ବଜେଟ୍ କମ୍ ଥିବାରୁ କରଣ ସିଂ ଗ୍ରୋଭରଙ୍କ ବିପକ୍ଷରେ ଏକ ନୂଆ ହିରୋଇନ କାଷ୍ଟ କରିବାକୁ ଯୋଜନା କରିଥିଲେ। କିନ୍ତୁ ବିପାଶା ଆସି ଫିଲ୍ମରେ ହିରୋଇନ ହେବାପାଇଁ ଇଚ୍ଛା ପ୍ରକାଶ କରିଥିଲେ। ଏହାପରେ ମିକା ୫୦ ଜଣିଆ ଏକ ଟିମ୍ ସହିତ ଫିଲ୍ମର ସୁଟିଂ ପାଇଁ ଲଣ୍ଡନ ଅଭିମୁଖେ ଯାଇଥିଲେ।
ଲଣ୍ଡନରେ ଏହି ଫିଲ୍ମର ସୁଟିଂ ଏକ ମାସ ହେବାର ଥିଲା କିନ୍ତୁ ଦୁଇ ମାସ ସମୟ ଲାଗିଯାଇଥିଲା। ମିକାଙ୍କ ଅନୁଯାୟୀ କରଣ ଏବଂ ବିପାଶା ସୁଟିଂ ସମୟରେ ଅନେକ ଡ୍ରାମା କରିଥିଲେ। ଉଭୟ ବିବାହିତ ଥିବାରୁ ସେମାନଙ୍କ ପାଇଁ ଗୋଟେ ରୁମ ବୁକ୍ କରାଯାଇଥିଲା କିନ୍ତୁ ଦୁହେଁ ଅଲଗା ଅଲଗା ରୁମ୍ ଦାବି କରିଥିଲେ। ସେମାନେ ହୋଟେଲ ବଦଳାଇବାକୁ ମଧ୍ଯ ଦାବି କରିଥିଲେ।
ତେବେ ଫିଲ୍ମରେ ଏକ କିସିଂ ସିନ୍ ରହିଥିଲା। ହେଲେ ସୁଟିଂ ସମୟରେ ଦୁହେଁ ଏହି ସିନ୍ କରିବାକୁ ମନା କରିଦେଇଥିଲେ। ଏପରିକି ଡବିଂ ସମୟରେ କରଣ ମଧ୍ୟ ତାଙ୍କୁ ହଇରାଣ କରିଥିଲେ। ଯାହା ପରେ ମିକା ଆଉ ଫିଲ୍ମ ପ୍ରଡକ୍ସନ କାମ ନାହାନ୍ତି।
Comments are closed.