Latest Odisha News

BREAKING NEWS

କୋଭିଡ କଟକଣା ମଧ୍ୟରେ ଗଡିବ ମା’ ବିରଜାଙ୍କ ରଥ

ଯାଜପୁର: କୋଭିଡ କଟକଣା ମଧ୍ୟରେ ମା’ ବିରଜାଙ୍କ ରଥ ଗଡିବା ନେଇ ଆରମ୍ଭ ହୋଇଛି ପ୍ରକ୍ରିୟା ।

ଏସମ୍ପର୍କରେ ଆଜି ଯାଜପୁର ଜିଲ୍ଲପାଳ ଏସପି ମନ୍ଦିର ପ୍ରଶାସକ ତଥା ଉପଜିଲ୍ଲାପାଳଙ୍କ ସହ ମନ୍ଦିର ସେବାୟତଙ୍କ ବୈଠକ ଏକ ଅନୁଷ୍ଠିତ ହୋଇଛି ।

ଆୟୋଜିତ ଏହି ବୈଠକରେ ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ କୋଭିଡ କଟକଣାରେ ମା ବିରଜା ଙ୍କ ଶାରଦୀୟ ଦୁର୍ଗାପୂଜା ରିତିନିତି ଓ ନବ ଦିନ ବ୍ୟାପି ରଥ ଯାତ୍ରା କରାଯିବ ବୋଲି ନିଷ୍ପତି ନିଆଯାଇଛି ।

ସେହିପରି ଆସନ୍ତା ୧୭ ତାରିଖରୁ ୨୪ ତାରିଖ ପର୍ଯ୍ୟନ୍ତ ଏହି ଉତ୍ସବ ରେ ସେବାୟତ ମାନଙ୍କ ର ୩ଟି ପର୍ଯ୍ୟାୟରେ କୋଭିଡ଼ ଟେଷ୍ଟ କରାଯିବା ସହ ରଥଯାତ୍ରା ସମୟରେ ମନ୍ଦିର ଚତୁଃପାର୍ଶ୍ବରେ ରଥ ଯାତ୍ରା ସମୟରେ ୧୪୪ ଧରା ଲାଗୁ ହେବ ।

ଏହା ଛଡ଼ା କେବଳ ପୋଲିସ ଓ ସେବାୟତଙ୍କ ଦ୍ବାରା ମା ଙ୍କ ରଥ ଟଣାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ଟ୍ରାଫିକ ଶାନ୍ତିଶୃଙ୍ଖଳା ଓ ରଥ ଟଣା ଲାଗି ବ୍ୟାପକ ପୋଲିସ ମୁତୟନ ହେବେ ବୋଲି ଏସପି ସୂଚନା ଦେଇଛନ୍ତି ।

Leave A Reply

Your email address will not be published.