Latest Odisha News

କ୍ୟାଟ୍ରିନାଙ୍କ ସୁପର ହିରୋ ଫିଲ୍ମର ଶୁଟିଂ ଖୁବ୍ ଶୀଘ୍ର ଆରମ୍ଭ ହେବ

ମୁମ୍ବାଇ: ବଲିଉଡର ଗ୍ଲାମରସ ହିରୋଇନ କ୍ୟାଟ୍ରିନା କୈଫ ଖୁବ୍ ଶୀଘ୍ର ଏକ ସୁପର ହିରୋ ଫିଲ୍ମ କରିବାକୁ ଯାଉଛନ୍ତି । ଏଥିରେ ସୁପର ଓମ୍ୟାନ ଭୂମିକାରେ ସେ ଅଭିନୟ କରିବେ । ଖୁବ୍ ଶୀଘ୍ର ଏହାର ଶୁଟିଂ ଦୁବାଇରେ ଆରମ୍ଭ ହେବାକୁ ଯାଉଛି । ଅଲୀ ଆବାସ ଜାଫର ଏହି ଫିଲ୍ମଟିକୁ ତିଆରି କରୁଛନ୍ତି । ଲକଡାଉନରେ କ୍ୟାଟ୍ରିନା ଏହି ଫିଲ୍ମ ପାଇଁ ଜୋରଦାର ପ୍ରସ୍ତୁତି କରିଛନ୍ତି । ଫିଲ୍ମର ଅନ୍ୟ କଳାକାର ସମ୍ପର୍କରେ ଅଲୀ ଆବାସ ଏ ପର୍ଯ୍ୟନ୍ତ ଘୋଷଣା କରି ନାହାନ୍ତି ।

ଏହି ବିଗ ବଜେଟର ଫିଲ୍ମକୁ ଆନ୍ତର୍ଜାତୀୟସ୍ତରର କରିବା ପାଇଁ ସେ ସମସ୍ତ ପ୍ରକାର ଉଦ୍ୟମ ଜାରି ରଖିଛନ୍ତି । ତେବେ କୌଣସଷ୍ୱଡ ଷ୍ଟାର ଏଥିରେ ହିରୋ ଭୂମିକା କରିବା ନେଇ ଆଗ୍ରହ ପ୍ରକାଶ କରୁ ନାହାନ୍ତି । ଫିଲ୍ମରେ କ୍ୟାଟ୍ରିନାଙ୍କ ଗୁରୁତ୍ୱ ଅଧିକ ଥିବାରୁ ଏଥିରୁ ସେମାନେ ଦୂରେଇ ରହୁଛନ୍ତି । ଭିକି କୌଶଲଙ୍କୁ ଏହି ଫିଲ୍ମରେ ନେବା ପାଇଁ ଚେଷ୍ଟା ଚାଲିଛି ।

Leave A Reply

Your email address will not be published.