Latest Odisha News

BREAKING NEWS

ଆଜିଠୁ ଆରମ୍ଭ ହେଲା ପକ୍ଷୀଗଣନା, ମତ୍ସଜୀବୀ ଓ ପର୍ଯ୍ୟଟକଙ୍କୁ ଚିଲିକା ମନା

ଭୁବନେଶ୍ବର: ଆଜିଠାରୁ ଚିଲିକାରେ ଆରମ୍ଭ ହୋଇଛି ପକ୍ଷୀଗଣନା । ଚିଲିକା ବନ୍ୟପ୍ରାଣୀ ଡିଭିଜନ, ବାଲୁଗାଁ ପକ୍ଷରୁ ସମଗ୍ର ଚିଲିକାରେ ଦେଶୀ ଏବଂ ବିଦେଶୀଙ୍କ ପକ୍ଷୀଙ୍କ ଗଣନା ଆରମ୍ଭ ହୋଇଛି । ଏନେଇ ମୋଟ ୨୧ ଟି ଟିମ୍ ଗଠନ କରାଯାଇଛି । ସେଥିମଧ୍ୟରୁ ଦୁଇଟି ଟିମ୍ ସ୍ଥଳ ପଥରେ ରହି ଗଣନା କରିବାକୁ ଥିବାବେଳେ ଆଉ ୧୯ ଟି ଟିମ୍ ଜଳ ପଥରେ ରହି ବାଲୁଗାଁ, ରମ୍ଭା, ଟାଙ୍ଗୀ, ସାତପଡା ଓ ଚିଲିକା ଆଦି ୫ଟି ରେଞ୍ଜ ରେ ବିଦେଶାଗତ ପକ୍ଷୀଙ୍କ ଗଣନା ପ୍ରକ୍ରିୟା ଆରମ୍ଭ କରିଛନ୍ତି ।

BjdElectrycity

ପ୍ରତି ଟିମ୍ ରେ ୫ ରୁ ୬ ଜଣ ପକ୍ଷୀ ଗଣନାକାରୀ ରହିଛନ୍ତି । ଏହି ଗଣନା ପ୍ରକ୍ରିୟାରେ କ୍ୟାମେରା, ବାଇନାକୁଲାର, ଜିପିଏସ୍, ବାର୍ଡସ୍ ଗାଇଡ୍ ବୁକ୍ ଆଦି ବ୍ୟବହାର କରାଯାଉଛି । ଏହି ଗଣନା କାର୍ଯ୍ୟ ପାଇଁ ୧୨୦ରୁ ଅଧିକ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । ଭୋର ୫ ଟା ୩୦ରୁ ଦିନ ୧ ଟା ପର୍ଯ୍ୟନ୍ତ ପକ୍ଷୀ ଗଣନା ଚାଲିବ । ପକ୍ଷୀ ଗଣନା ସମୟରେ ଚିଲିକା ମଧ୍ୟକୁ ମତ୍ସ୍ୟଜୀବୀ ଓ ପର୍ଯ୍ୟଟକଙ୍କ ଯିବା ଉପରେ କଟକଣା ଲଗାଯାଇଛି ।

ତେବେ ଚଳିତବର୍ଷ ଚିଲିକାକୁ ପ୍ରାୟ ୧୧୮ ପ୍ରଜାତିର ୯ ଲକ୍ଷରୁ ଅଧିକ ପକ୍ଷୀଙ୍କ ଆଗମନ ହୋଇଥିବା ଆକଳନ କରିଛି ବନ ବିଭାଗ ।

Leave A Reply

Your email address will not be published.