Latest Odisha News

BREAKING NEWS

ବାଜ୍ୟାପ୍ତ ହେବ ଅର୍ଥତତ୍ତ୍ବ ସମସ୍ତ ସଂପତ୍ତି, କ୍ଷତିଗ୍ରସ୍ତ ଜମାକାରୀଙ୍କୁ ବଣ୍ଟାଯିବ ନିଲାମ ଅର୍ଥ

କଟକ: ସମସ୍ତ ସମ୍ପତ୍ତି ବାଜ୍ୟାପ୍ତ ହେବ । ସାଧାରଣରେ ନିଲାମ କରିବାକୁ କଟକ ସ୍ବତନ୍ତ୍ର ଚିଟଫଣ୍ଡ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଅର୍ଥତତ୍ତ୍ବ ସଂସ୍ଥାର ଭୁବନେଶ୍ବର, ପୁରୀ, ଖୋର୍ଦ୍ଧା, ଅନୁଗୁଳ, ଗଞ୍ଜାମ, ବାଲେଶ୍ବର ଓ ଅନ୍ୟ ସ୍ଥାନରେ ଥିବା ୧୧୦ ଏକର ଜମି, ୧୧ ଟି ଦାମି ଗାଡି, ୯ଟି ବ୍ୟାଙ୍କରେ ଥିବା ୨ କୋଟି ୧୭ ଲକ୍ଷ ୨୦ ହଜାର ୬୪୪ ଟଙ୍କା ବାଜ୍ୟାପ୍ତ କରାଯାଇ ଏହି ଅର୍ଥକୁ ଚିଟପଣ୍ଡ ସଂସ୍ଥା ଦ୍ବାରା କ୍ଷତିଗ୍ରସ୍ତ ଜମାକାରୀଙ୍କ ମଧ୍ୟରେ ବଣ୍ଟନ କରାଯିବ ।

ସୂଚନା ଯୋଗ୍ୟ, ୨୦୧୪ ମସିହାରେ ଅର୍ଥତତ୍ତ୍ବର ଚିଟଫଣ୍ଡ ସଂସ୍ଥା ର ଠକେଇ ମାମଲା ରାଜ୍ୟ ରେ ହଇଚଇ ସୃଷ୍ଟି କରିଥିଲା । ବିଭିନ୍ନ ଯୋଜନାରେ ଜମାକାରୀଙ୍କ ନିକଟରୁ ଅର୍ଥତତ୍ତ୍ବ ‌ଟଙ୍କା ସଂଗ୍ରହ କରି ପ୍ରତିଶ୍ରୁତି ପାଳନ କରି ନଥିବା ଜମାକାରୀ ଅଭିଯୋଗ କରିଥିଲେ । ଏହାପରେ ସଂସ୍ଥାର ବିଭିନ୍ନ ଜିଲ୍ଲାରେ ଥିବା ଜମି, ଏମ୍‌ଡି, ଅନ୍ୟ ନିର୍ଦ୍ଦେଶକ ଓ କମ୍ପାନି ନାଁରେ ଥିବା ଦାମି ଗାଡ଼ି ପୋଲିସ ଜବତ କରିଥିଲା ।

ଏଥିସହିତ ୯ଟି ବ୍ୟାଙ୍କରେ କମ୍ପାନୀ, ଏମଡି, ନିର୍ଦ୍ଦେଶକ ଓ ପଦାଧିକାରୀଙ୍କ ନାଁରେ ଥିବା ୯୬ଟି ଖାତାକୁ ତଦନ୍ତକାରୀ ସଂସ୍ଥା ଜବତ କରିଥିଲା । ଏହି ମାମଲାର ତଦନ୍ତ କରି ପୋଲିସ ଅର୍ଥତତ୍ତ୍ବ, ଏହାର ଏମଡି, ନିର୍ଦ୍ଦେଶକ ଓ ଅନ୍ୟ ପଦାଧିକାରୀଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରିଥିଲା । ଏଥିରେ ଅନେକ ନେତା, ମନ୍ତ୍ରୀ ଓ ପ୍ରତିଷ୍ଠିତ ବ୍ୟକ୍ତି ମାନେ ଅଭିଯୁକ୍ତ ହୋଇ ସିବିଆଇ ଦ୍ବାରା ଗିରଫ ହୋଇଛନ୍ତି ।

 

Leave A Reply

Your email address will not be published.