Latest Odisha News

BREAKING NEWS

ଜାନୁଆରୀ ୪ରୁ ଚିଲିକାରେ ବିଦେଶାଗତ ପକ୍ଷୀ ଗଣନା

ଭୁବନେଶ୍ବର: ଚିଲିକାରେ ଜାନୁୟାରୀ ୪ ତାରିଖରେ ଶୀତକାଳୀନ ପକ୍ଷୀ ଗଣନା କରାଯିବ । ଏଥି ପାଇଁ ବନବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ତେବେ ସକାଳ ୬ଟାରୁ ଗଣନା କାର୍ଯ୍ୟ ଆରମ୍ଭ ହେବ। ଏଥିପାଇଁ ସ୍ୱତନ୍ତ୍ର ଟିମ୍‌ ନିଯୁକ୍ତ ହେବେ ବୋଲି ଚିଲିକା ବନ୍ୟପ୍ରାଣୀ ଡିଭିଜନ ଡିଏଫ୍‌ଓ ସୂଚନା ଦେଇଛନ୍ତି ।

ଚଳିତ ଶୀତ ଋତୁରେ କେତେ ପରିମାଣର ବିଦେଶୀ ପକ୍ଷୀ ଆସିଛନ୍ତି ସେସବୁ ଗଣନା କରାଯିବ । ପକ୍ଷୀ ଗଣନା କାମ ପାଇଁ ଟ୍ରେନିଂ କ୍ୟାମ୍ପର ମଧ୍ୟ ଆୟୋଜନ କରାଯିବ । ତେବେ କିପରି ଭାବେ ସୁରୁଖୁରୁରେ ପକ୍ଷୀ ଗଣନା କରାଯିବ । ସେନେଇ ବିଭିନ୍ନ ଟିମ୍‌ ଗଠନ କରାଯାଇଛି । ଏହି ଗଣନା କାର୍ଯ୍ୟରେ ଚିଲିକା ବନ୍ୟପ୍ରାଣୀ ବିଭାଗ ଅଧିକାରୀ, ଚିଲିକା ଉନ୍ନୟନ ପରିଷଦ, ପକ୍ଷୀ ସୁରକ୍ଷା ସମିତି କର୍ମଚାରୀ ଓ ସ୍ବେଚ୍ଛାସେବୀମାନେ ନିୟୋଜିତ ରହିବେ। ଗଣନା କାର୍ଯ୍ୟରେ ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଜିପିଏସ ଓ ବାଇନୋକୁଲାର ବ୍ୟବହାର କରାଯିବ । ଚିଲିକାକୁ ଆସିଥିବା ବିଦେଶାଗତ ପକ୍ଷୀଙ୍କ ପାଇଁ ଚିଲିକା ବନ୍ୟପ୍ରାଣୀ ବିଭାଗ ବ୍ୟାପକ ବନ୍ଦୋବସ୍ତ ସହ ପାଟ୍ରୋଲିଂ ବ୍ୟବସ୍ଥା ମଧ୍ୟ କରାଯାଇଛି ।

 

Leave A Reply

Your email address will not be published.