Latest Odisha News

BREAKING NEWS

ଇଟାଲୀର ରହସ୍ୟମୟ ଆଇସଲାଣ୍ଡ..ଯିଏ ଏହାକୁ କିଣିଲା ସେ ଚାଲିଗଲା ଆରପାରିକୁ

ଇଟାଲୀକୁ ବୁଲିଯିବାକୁ କିଏ ବା ଭଲ ନ ପାଏ । ଏଠାରେ ଏପରି ସ୍ଥାନ ଅଛି ଯାହାକି ସ୍ୱର୍ଗ ସହିତ ମଧ୍ୟ ତୁଳନା କରାଯାଏ । ତେବେ ଏଠାରେ ଏପରି ଏକ ଦ୍ୱୀପ ଅଛି ଯାହାକୁ ନେଇ ରହିଛି ରହସ୍ୟମୟ କାହାଣୀ । ଏହି ଦ୍ୱୀପ ଅଶୁଭ । ଏହାକୁ ଯିଏ କିଣିଛି ସେ ଆରପାରିକୁ ଯାଇଛି କିମ୍ବା ତାର ପରିବାର ବର୍ବାଦ ହୋଇ ଯାଇଛନ୍ତି । ନେପଲ୍ସରେ ଗୋୟଲା ନାମକ ଏହି ଛୋଟ ଦ୍ୱୀପଟି ଅନେକ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର । ଏଥିପ୍ରତି ପର୍ଯ୍ୟଟକ ଆକୃଷ୍ଟ ହୋଇଥାନ୍ତି ମାତ୍ର ସ୍ଥାନୀୟ ଲୋକଠାରୁ ଏହାର ଭୟଙ୍କର କାହାଣୀ ଶୁଣିବା ପରେ ସେମାନଙ୍କ ପାଦ ଅଟକି ଯାଇଥାଏ । ସନ୍ଧ୍ୟା ପୂର୍ବରୁ ପର୍ଯ୍ୟଟକମାନେ ଏହି ଦ୍ୱୀପ ଛାଡି ଆସିବା ପାଇଁ ବାଧ୍ୟ କରାଯାଇଥାଏ । ୧୭୦୦ରେ ଏଠାରେ ଏକ ରୋମାନ କାରଖାନା ଥିଲା । ପରେ ଏହାକୁ ସମୂଦ୍ର କୂଳର ସୁରକ୍ଷା ପାଇଁ ବ୍ୟବହାର କରାଯାଇଥିଲା । ୧୯୦୦ ବେଳକୁ ଏଠାରେ ଏକ ପୂଜାରୀ ରହୁଥିଲେ । ସେ ସ୍ଥାନୀୟ କେଉଟମାନଙ୍କୁ ବିଭିନ୍ନ ପ୍ରକାରର ସହଯୋଗ କରୁଥିଲେ ।

ଲୁଇଗୀ ନେଗ୍ରୀ ନାମବକ ଜଣେ ମାଛ ବ୍ୟବସାୟୀ ଏହି ଦ୍ୱୀପ କିଣି ଏଠାରେ କାରୋବାର ଆରମ୍ଭ କରିଥିଲେ । ମାତ୍ର ତାଙ୍କ କମ୍ପାନୀ ବର୍ବାଦ ହୋଇ ଯାଇଥିଲା । ଏହା ପରଠାରୁ ଏହାର ମାଲିକ ବାରମ୍ବାର ବଦଳିଥିଲେ । ସେମାନେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ପରେ ଏହାକୁ ଶ୍ରାପଗ୍ରସ୍ତ ବୋଲି ଘୋଷଣା କରାଯାଇଥିଲା । ୧୯୨୦ରେ ହ୍ୟାନ୍ସ ବ୍ରାଉନ ଏହାକୁ କିଣିଥିଲେ ମଧ୍ୟ ବେଶୀ ଦିନ ବଂଚି ପାରି ନ ଥିଲେ । ଏହା ପରେ ତାଙ୍କ ପତ୍ନୀଙ୍କ ମଧ୍ୟ ମୃତ୍ୟୁ ଘଟିଥିଲା । ସେବେଠାରୁ ଏହି ଦ୍ୱୀପକୁ କିଣିବା ପାଇଁ କେହି ଆଗ୍ରହ ପ୍ରକାଶ କରୁ ନାହାନ୍ତି ।

Leave A Reply

Your email address will not be published.