Latest Odisha News

ସୁନ୍ଦରଗଡରେ ବାର୍ଡଫ୍ଲୁ ଭୟ !

ସୁନ୍ଦରଗଡ: ରାଜ୍ୟର କିଛି ସ୍ଥାନରେ ବାର୍ଡ ଫ୍ଲୁ ଦେଖାଦେଇଥିବା ବେଳେ ସୋମବାର ଦିନ କୋଇଡା ଅଞ୍ଚଳରେ ପକ୍ଷୀଗୁଡିକର ମୃତଦେହ ପଡିଥିବା ଦେଖି ସାଧାରଣରେ ଆତଙ୍କ ଖେଳିଯାଇଛି ।

ପ୍ରାପ୍ତ ସୂଚନାନୁଯାୟୀ, କୋଇଡା ଥାନା ଓ ନ୍ୟୁ ଗାର୍ଡେନ କଲୋନୀ ନିକଟରେ କିଛି କାଉ ମରି ପଡିଥିବା ଦେଖିବାକୁ ମିଳିଛି । ଏହାବ୍ୟତିତ ବ୍ଲକର ଧୁଲେବଲ୍ଲଭ ଅଞ୍ଚଳରେ ବହୁ କୁକୁଡାଙ୍କର ମୃତ୍ୟୁ ଘଟିଛି ।

ଏସମ୍ପର୍କରେ ଖବର ପାଇ ଡ. ନିଳମାଧବ ସାହୁ ଓ ପଶୁଧନ ନିରିକ୍ଷକ ରାକେଶ କୁମାର ପ୍ରଧାନଙ୍କ ତତ୍ୱାବଧାନରେ ୨ ଜଣିଆ ଟିମ୍ ଉକ୍ତ ଅଞ୍ଚଳ ଗସ୍ତ କରି ମୃତ କାଉ ଓ କୁକୁଡାର ନମୁନା ସଂଗ୍ରହ କରିଛନ୍ତି ।

ଆହୁରି ମଧ୍ୟ ଶ୍ରୀ ସାହୁ କହିଛନ୍ତି ଯେ “ଆମେ ଏହି ନମୁନା ଗୁଡିକୁ ପରୀକ୍ଷା ଲାଗି କଟକସ୍ଥିତ ଫୁଲନଖରା ପଶୁ ରୋଗ ରିସର୍ଚ୍ଚ କେନ୍ଦ୍ରକୁ ପଠାଇବୁ । କେନ୍ଦ୍ରରୁ ରିପୋର୍ଟ ଆସିବା ପରେ ଯାଇ ଜଣାପଡିବ ଯେ ଉକ୍ତ ଅଞ୍ଚଳରେ କାଉ ଓ କୁକୁଡାର ମୃତ୍ୟୁ ବାର୍ଡ ଫ୍ଲୁ ଯୋଗୁଁ ହୋଇଛି କି ନାହିଁ” ।

Leave A Reply

Your email address will not be published.