ଭୁବନେଶ୍ୱର: ବ୍ରହ୍ମପୁର ବସ୍ ଦୁର୍ଘଟଣା ନେଇ ତଦନ୍ତ ରିପୋର୍ଟ ସାମ୍ନାକୁ ଆସିଛି । ଶକ୍ତି ବିଭାଗକୁ ରିପୋର୍ଟ ଦେଇଛି ସାଉଥକୋ । ଏହାପରେ ଆରମ୍ଭ ହୋଇଛି ଦୋଷ ଲଦାଲଦି ଅଭିଯାନ । ଦୁର୍ଘଟଣା ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ଦାୟୀ କରିଛି ସାଉଥକୋ । ଗ୍ରାମ୍ୟ ଉନ୍ନୟନ ବିଭାଗର ଭୁଲ ପାଇଁ ହିଁ ଦୁର୍ଘଟଣା ଘଟିଥିବା ରିପୋର୍ଟରେ ଉଲ୍ଲେଖ ରହିଛି । 
୨୦୧୮ରେ ରାସ୍ତା କାମ ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ଭୂମିକୁ ୩ରୁ ୪ ଫୁଟ ଉଚ୍ଚା କରିଥିଲା । ଫଳରେ ଭୂମିଠାରୁ ବିଦ୍ୟୁତ ତାରର ଦୂରତା କମି ଯାଇଥିଲା । ଏଥିପାଇଁ ବସ୍ଟି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଏତେ ବଡ ଦୁର୍ଘଟଣା ଘଟିଲା ବୋଲି ରିପୋର୍ଟରେ ସାଉଥକୋ ଦର୍ଶାଇଛି ।
ନିୟମ ଅନୁସାରେ ଭୂମି ଠାରୁ ୬.୧ ମିଟର ଉଚ୍ଚରେ ବିଦ୍ୟୁତ ତାର ଯିବା କଥା ମାତ୍ର ମେନ୍ଦ୍ରାଜପୁର ଜଙ୍କସନରେ ୩.୧୪ ମିଟର ଉଚ୍ଚରେ ୧୧ କେଭି ତାର ଯାଉଥିବାରୁ ଏଭଳି ଅଘଟଣ ଘଟିଛି । ବ୍ରହ୍ମପୁର ବିଦ୍ୟୁତ ତାର ଲାଗି ୧୦ ଜଣଙ୍କ ମୃତ୍ୟୁ ପରେ ତଦନ୍ତ ରିପୋର୍ଟ ମାଗିଥିଲା ଶକ୍ତି ବିଭାଗ । ରିପୋର୍ଟ ଆସିବା ପରେ ଏବେ ଏହାର ସମସ୍ତ ଦୋଷ ଗ୍ରାମ୍ୟ ଉନ୍ନୟନ ବିଭାଗ ଉପରେ ଲଦି ଦେଇଛି ଶକ୍ତି ବିଭାଗ ।
BREAKING NEWS
- ରାଜ୍ୟସଭା ନିର୍ବାଚନ: ଉତ୍ତର ପ୍ରଦେଶରୁ ହରଦୀପ ସିଂହ ପୁରୀ ଓ ବିଏଲ ବର୍ମାଙ୍କ ସହ ୮ ଜଣଙ୍କୁ ବାଦ୍ ଦେଲା ବିଜେପି
- Imran Khan’s release protest:ଇମ୍ରାନଙ୍କ ମୁକ୍ତି ଦାବିରେ ବିକ୍ଷୋଭ ତୀବ୍ର; ଇସଲାମାବାଦରେ ଧାରା ୧୪୪ ଲାଗୁ, ୨,୦୦୦ କର୍ମୀ ଗିରଫ
- ଲାଞ୍ଚ ନେଇ ଫସିଲେ ଆରଆଇ, ପ୍ରମାଣପତ୍ର ପାଇଁ ୫ ହଜାର…
- ଜିରା ପାଉଡର ନା କୀଟନାଶକ; ଏଭରେଷ୍ଟର ଏହି ଉତ୍ପାଦ ଉପରେ ରୋକ୍ ଲଗାଇଲା FSSAI
- ନାଇଡୁ କମିଶନ ଫାଇଲ୍ ହଜିବା ଘଟଣାରେ ୩ ଜଣଙ୍କ ବୟାନ ରେକର୍ଡ
- CECଙ୍କୁ ହଟାଇବା ଅନ୍ତରୀଣ ନିର୍ଦ୍ଦେଶ ଦେବାକୁ ମନା କଲେ ସୁପ୍ରିମକୋର୍ଟ
- ଋଷରେ ପ୍ଲେଗ୍ ଆତଙ୍କ; କ୍ବାରେଣ୍ଟାଇନରେ ରହିଲେ ଶତାଧିକ ବ୍ୟକ୍ତି
- ଚର୍ଚ୍ଚାରେ ପଡ଼ିଲା ପୂର୍ଣ୍ଣଛେଦ; ୧୫ରେ ଛାତ୍ର ସଂସଦ ନିର୍ବାଚନ
- ପିଏନବି ବ୍ୟାଙ୍କ ଶାଖାରେ ଅଗ୍ନିକାଣ୍ଡ, ଜଳିଗଲା ବ୍ୟାପକ କାଗଜପତ୍ର…
- କୋରାପୁଟ ଗସ୍ତରେ ଆସିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ସୁନାବେଡ଼ା HAL ୟୁନିଟ୍ କରିବେ ପରିଦର୍ଶନ

Comments are closed.