Latest Odisha News

BREAKING NEWS

ଆରମ୍ଭ ହେଲା କୁକୁଡା ମରା ଅଭିଯାନ

ଭୁବନେଶ୍ୱର: ଓୟୁଏଟି ବିଶ୍ୱବିଦ୍ୟାଳୟର ରିସର୍ଚ୍ଚ ପାଉଲଟ୍ରି ଫାର୍ମରେ ବାର୍ଡ ଫ୍ଲୁ ନେଇ ସ୍ପଷ୍ଟ ସୂଚନା ମିଳିବାର ଗୋଟିଏ ଦିନପରେ କୁକୁଡା ମରା ଅଭିଯାନ ଆରମ୍ଭ ହୋଇଛି।

ପଶୁ ସମ୍ପଦ ବିଭାଗ ପକ୍ଷରୁ ମଙ୍ଗଳବାର ଦିନ ଓୟୁଏଟି କ୍ୟାମ୍ପସ ଠାରୁ ୧କିମି. ବ୍ୟାସାର୍ଦ୍ଧ ଅଞ୍ଚଳ ମଧ୍ୟରେ କୁକୁଡା ମରା ଅଭିଯାନ ଜାରି ରହିଛି ।

ପ୍ରାପ୍ତ ସୂଚନାନୁଯାୟୀ ଖୋର୍ଦ୍ଧାର ମୁଖ୍ୟ ଜିଲ୍ଲା ପଶୁ ଅଧିକାରୀ (ସିଡିଭିଓ)ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏକ ସ୍ୱତନ୍ତ୍ର ଟିମ୍ ଓ ପଶୁସମ୍ପଦ ଏବଂ ରାଜସ୍ୱ ବିଭାଗର ଉପସ୍ଥିତିରେ ଏହି କୁକୁଡା ମରା କାର‌୍ୟ୍ୟ କରାଯାଉଛି ।

ଏହାବ୍ୟତିତ କୁକୁଡା ମରା ଓ ରୋଗ ନିୟନ୍ତ୍ରଣ କରିବା ଲାଗି ପଶୁ ସମ୍ପଦ ବିଭାଗ ପକ୍ଷରୁ ୧୨ଟି ତ୍ୱରିତ କାର‌୍ୟ୍ୟକାରୀ ଦଳ (ରାପିଡ୍ ରେସପୋନ୍ସ ଟିମ୍‌) ଗଠନ କରାଯାଇଛି । ସେଥିମଧ୍ୟରେ ୭ଟି ଦଳ କୁକୁଡା କରା କାର‌୍ୟ୍ୟରେ ନିୟୋଜିତ ରହିଥିବା ବେଳେ ୫ଟି ଦଳ ନିରୀକ୍ଷଣ ଅଞ୍ଚଳରେ ରୋଗ ନିୟନ୍ତ୍ରଣ କାର‌୍ୟ୍ୟରେ ନିୟୋଜିତ ହୋଇଛନ୍ତି ।

ସେହିପରି ଓୟୁଏଟି କ୍ୟାମ୍ପସ ଠାରୁ ୧କିମି. ବ୍ୟାସାର୍ଦ୍ଧ ମଧ୍ୟରେ କୌଣସି କାଉଣ୍ଟରରେ ଅଣ୍ଡା ଓ କୁକୁଡା ବିକ୍ରି କରିବା ଉପରେ ରୋକ ଲଗାଇଛନ୍ତି ।

Leave A Reply

Your email address will not be published.