Latest Odisha News

BREAKING NEWS

ଟିମ୍ ଇଣ୍ଡିଆ ବସରେ ଏବେବି ଖାଲି ରହୁଛି ଧୋନୀଙ୍କ ସିଟ୍ !

ଭୁବନେଶ୍ୱର: ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ପ୍ରତି ଏବେ ବି ଦଳର ସଦସ୍ୟଙ୍କ ଯଥେଷ୍ଟ ସମ୍ମାନ ରହିଛି । ଏହି କଥା ଯୁବ ବୋଲର ୟୁଜଭେନ୍ଦ୍ର ଚହଲ କହିଛନ୍ତି ।


ଟିମ୍ ବସରେ ଧୋନୀଙ୍କ ସିଟ୍ ସମ୍ମାନାର୍ଥେ ଖାଲି ରଖାଯାଉଛି । ଧୋନୀ ତାଙ୍କର ଶେଷ ମ୍ୟାଚ ଗତବର୍ଷ ଜୁଲାଇ ୯ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିଥିଲେ । ବିସିସିଆଇ ଅଫିସିଆଲ ଟୁଇଟରରେ ଏକ ଭିଡିଓ ପୋଷ୍ଟ କରି ସେ ବସ୍‌ରେ ଖାଲି ଥିବା ସିଟକୁ ଦେଖାଇଥିଲେ ।

ଏହା ସେହି ସିଟ୍ ଯେଉଁଠାରେ ମହାନ ଖେଳାଳୀ ଧୋନୀ ବସନ୍ତି, ଏବେ ଏଠାରେ କେହି ବସୁ ନାହାନ୍ତି ବୋଲି ସେ ଭିଡିଓରେ କହିଛନ୍ତି । ତାଙ୍କ ଅଭାବ ଆମେ ଅନୁଭବ କରୁଛୁ ବୋଲି ଚାହାଲ କହିଛି ।

Leave A Reply

Your email address will not be published.