Latest Odisha News

BREAKING NEWS

ବଢୁଛି ବାର୍ଡ ଫ୍ଲୁ ସଂକ୍ରମଣ ଭୟ, ଆତଙ୍କିତ ନହେବାକୁ କହିଲା ବିଭାଗ

ପିପିଲି: ପୁରୀ ଜିଲ୍ଲା ପିପିଲିରେ ବାର୍ଡ ଫ୍ଲୁ ସଂକ୍ରମଣ ଚିହ୍ନଟ ହେବା ପରେ ଏହାକୁ ନେଇ ଏବେ ଲୋକଙ୍କ ମନରା ଛନକା । ସଂକ୍ରମଣ ରୋକିବାକୁ ଆରମ୍ଭ ହୋଇଛି କୁକୁଡା ମରା ଅଭିଯାନ । ଏଯାବତ ପିପିଲି ଅଞ୍ଚଳରେ ପ୍ରାୟ ୨୦ ହଜାର କୁକଡା ମାରିବା ନେଇ ମିଶନ ଆରମ୍ଭ ହୋଇଛି । ଆବଲ ପୁର ଗାଁରୁ ୫ ହଜାର କୁକୁଡାଙ୍କୁ ମାରି ପୋତି ଦିଆଯାଇଥିବା ସୂଚନା ମିଳିଛି ।

ସେପଟେ ଏହାକୁ ନେଇ ପୁରା ସଜାଗ ରହିଛି ପ୍ରାଣୀ ସମ୍ପଦ ବିଭାଗ । କଲିଂ ଅପରେସନ ଓ ସାନିଟେସନ ଉପରେ ଗୁରୁତ୍ବାରୋପ କରିଛି ବିଭାଗ । ପିପିଲିରୁ ଆରମ୍ଭ ହୋଇଥିବା ବାର୍ଡ ଫ୍ଲୁ ସଂକ୍ରମଣ ଧିରେ ଧିରେ ଜିଲ୍ଲାର ଅନ୍ୟ ସ୍ଥାନକୁ ବ୍ୟାପୁଥିବାରୁ କୁକୁଡ଼ା ଚାଷୀ ଓ ସାଧାରଣରେ ଭୟ ବଢୁଥିବାରୁଏହାକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ଏନେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ଏହା ଉପରେ ସଂପୂର୍ଣ୍ଣ ନଜର ରଖିଛୁ । ରିଭ୍ୟୁ କରାଯାଉଛି । ସର୍ଭେଲାନ୍ସ ବଢ଼ାଇବା ସହ ସଂକ୍ରମଣକୁ ରୋକିବା ଉପରେ ପଦକ୍ଷେପ ବି ନିଆଯାଉଛି । ତେଣୁ ଲୋକଙ୍କୁ ସଚେତନ କରିବା ସହ ଆତଙ୍କିତ ନ ହେବାକୁ ଅପିଲ୍ କରିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ।

Comments are closed.