Latest Odisha News

ପକ୍ଷୀଙ୍କ ମଧ୍ୟରେ ବି ହୋଇଥାଏ ବ୍ରେକଅପ

ଅସହମତ, ସମ୍ପର୍କରେ ତିକ୍ତତା ଓ ତୃତୀୟ ବ୍ୟକ୍ତିର ପ୍ରବେଶ ନିଶ୍ଚିତ ଭାବେ ଏକ ବିବାହିତ ଯୋଡିଙ୍କ ମଧ୍ୟରେ ଫାଟ ସୃଷ୍ଟି କରିବା ପାଇଁ ଯଥେଷ୍ଟ ହୋଇଥାଏ । କେବଳ ମଣିଷଙ୍କ କ୍ଷେତ୍ରରେ ଏହା ହୋଇଥାଏ ତାହା ଭାବିବା ଭୁଲ । ଏକ ଗବେଷଣାରେ ପକ୍ଷୀମାନଙ୍କ କ୍ଷେତ୍ରରେ ଏ ଭଳି ଘଟଣା ଦେଖିବାକୁ ମିଳିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପୁରୁଷ ପକ୍ଷୀ ଅତ୍ୟଧିକ ପ୍ରତିକ୍ରିୟାଶୀଳ ହୋଇ ସାଥୀଠାରୁ ଅଲଗା ହେବାକୁ ଚାହିଁଥାଏ । ଜର୍ମାନୀ ଓ ଚୀନର ଗବେଷକମାନେ ୨୩୨ ପ୍ରଜାତିର ପକ୍ଷୀମାନଙ୍କ ଉପରେ ଗବେଷଣା କରି ଏହି ତଥ୍ୟ ପ୍ରଦାନ କରିଛନ୍ତି । ୯୦ ପ୍ରତିଶତ ପକ୍ଷୀ ଏକତ୍ର ଜୀବନ ବିତାଇବାକୁ ପସନ୍ଦ କରିଥାନ୍ତି ।

ତେବେ ଯଦି ପୁରୁଷ ପକ୍ଷୀ ଏକାଧିକ ମହିଳା ପକ୍ଷୀଙ୍କ ସହ ନିବୀଡ ହେବାକୁ ଚାହେଁ ତାହାହେଲେ ସମ୍ପର୍କରେ ତିକ୍ତତା ଆରମ୍ଭ ହୋଇଥାଏ । ତାର ପୂର୍ବ ମହିଳା ସାଥୀ ଆବଶ୍ୟକ ପ୍ରେମ ଓ ସମୟ ନ ପାଇଲେ ଅନ୍ୟ ସାଥୀ ଖୋଜିଥାଏ । ସେହିପରି ଭିନ୍ନ ଭିନ୍ନ ସମୟରେ ନୂତନ ସ୍ଥାନକୁ ବିଚରଣ କରିବା ଯୋଗୁ ସେମାନଙ୍କ ମାନସିକ ସ୍ତରରେ କିଛି ପରିବର୍ତନ ହୋଇଥାଏ । ନୂତନ ସ୍ଥାନ ଓ ସାଥୀ ସେମାନଙ୍କୁ ପୂରୁଣା ପ୍ରେମିକାକୁ ଭୁଲିବାକୁ ବାଧ୍ୟ କରିଥାଏ । ମାଇଗ୍ରେସନ ସେମାନଙ୍କ ବିଚ୍ଛେଦର ପ୍ରମୂଖ କାରଣ ବୋଲି ଗବେଷକମାନେ ସ୍ପଷ୍ଟ କରିଛନ୍ତି । ତେବେ ପୁରୁଷ ପକ୍ଷୀ ବିଚ୍ଛେଦ ପରେ ଭାଙ୍ଗି ପଡିଥାଏ ଓ ମହିଳା ପକ୍ଷୀ ଏହି ଘଟଣାକୁ ଏତେ ଗୁରୁତ୍ୱ ଦେଇ ନ ଥାଏ ।

ଆମେ ଅଧିକାଂଶ ସମୟରେ କିଛି ପକ୍ଷୀ ଚୁପଚାପ ବସିବାର ଦେଖୁଥିବା ବେଳେ ଆଉ କେତେକ କିଚିରମିଚିର ଶବ୍ଦ ସମୟ ପରସ୍ପର ଏକତ୍ର ସମୟ କାଟିଥାନ୍ତି । ଏଥିରୁ ଆପଣମାନେ ଅନୁମାନ କରି ପାରୁଥିବେ କେଉଁ ପକ୍ଷୀର ବିଚ୍ଛେଦ ଘଟିଛି । ଅନ୍ୟମାନଙ୍କ ତୁଳନାରେ ପକ୍ଷୀ ସର୍ବଦା ଅଧିକ ସ୍ନେହ ଖୋଜିଥାଏ । ଏଥିରେ ସେ ଭାଗୀଦାର ଚାହେନି । ଯଦି ପୁରୁଷ ବନ୍ଧୁ ଅନ୍ୟପ୍ରତି ଢ଼ଳେ…ତେବେ ବିଚ୍ଛେଦ ନିଶ୍ଚିତ । ପରିବେଶ ପ୍ରଦୂଷଣ, ଗ୍ଲୋବାଲ ୱାର୍ମିଂ ଓ ଗଛ କଟାଯିବା ଯୋଗୁ ପକ୍ଷୀମାନଙ୍କ କ୍ଷେତ୍ରରେ ବିରକ୍ତି ଭାବ ବୃଦ୍ଧି ପାଇବାରେ ଲାଗିଛି ।

Comments are closed.