Latest Odisha News

ଭୁବନେଶ୍ୱରରୁ ଗିରଫ ହେଲେ ଦୁଇ ଜିଏସଟି ଠକ

ଭୁବନେଶ୍ୱର: ନକଲି ଇନ୍ପୁଟ୍ ଟ୍ୟାକ୍ସ କ୍ରେଡିଟ୍ (ଆଇଟିସି) ଠକେଇରେ ସମ୍ପୃକ୍ତ ଥିବା ଅଭିଯୋଗରେ ଭୁବନେଶ୍ୱରସ୍ଥିତ ଜିଏସଟିର ଗୁଇନ୍ଦା ନିର୍ଦ୍ଦେଶାଳୟ (ଡିଜିଜିଆଇ) ଦୁଇ ଜିଏସଟି ଠକକୁ ଗିରଫ କରିଛି। ଏହି ଦୁଇ ଠକ ଦିଲ୍ଲୀ ବାହାରେ ଜିଏସଟି ଠକେଇ କରି ସାରି ଭୁବନେଶ୍ୱରରେ ରହୁଥିଲେ। ଜିଏସଟିର ଗୁଇନ୍ଦା ରିପୋର୍ଟ ଆଧାରରେ ଏହି ଦୁଇ ଜଣ ଗିରଫ ହୋଇଛନ୍ତି।

ଏହି ଦୁଇ ଜଣ ଅନ୍ୟ ଲୋକଙ୍କ ଆଧାର ଓ ପ୍ୟାନ କାର୍ଡ ବ୍ୟବହାର କରି ନକଲି କମ୍ପାନୀ ତିଆରି କରିବା ସହ ମୋଟର ପାର୍ଟସ ଓ ଜୋତା ଭଳି ଜିନିଷ କିଣିବା ଓ ପରେ ନେପାଳକୁ ରପ୍ତାନି କରିବା ଭଳି କାମରେ ନିଜକୁ ସାମିଲ କରୁଥିବା ଅଭିଯୋଗ ରହିଛି।

ଏହି ନକଲି ରପ୍ତାନୀ ବିରୋଧରେ ଅଭିଯୁକ୍ତମାନେ ୩୦୦ କୋଟିରୁ ଅଧିକ ଟଙ୍କାର ମିଛ ଟିକସ ଇନଭଏସ୍ ଉଠାଇ ବେଆଇନ ଭାବେ ଟଙ୍କା ପକେଟରେ ଭର୍ତ୍ତି କରି ରାଜକୋଷକୁ ବିପୁଳ ପରିମାଣର କ୍ଷତି ପହଞ୍ଚାଇଥିଲେ। ବୁଧବାର ଅଭିଯୁକ୍ତମାନେ ଦିଲ୍ଲୀରୁ ଭୁବନେଶ୍ୱରରେ ପହଞ୍ଚିବା ପରେ ସେମାନଙ୍କୁ ଧରିବା ପାଇଁ ଜାଲ ବିଛାଯାଇଥିଲା।

ଡିଜିଜିଆଇ କେନ୍ଦ୍ରୀୟ ଜିଏସଟି ଠକେଇକୁ ରୋକିବା ପାଇଁ ପ୍ରୟାସକୁ ଜୋରଦାର କରିଛି ଏବଂ ନାଗରିକମାନଙ୍କୁ ସତର୍କ ରହିବା ସହ ଏଭଳି ସନ୍ଦେହଜନକ କାର୍ଯ୍ୟକଳାପ ସମ୍ପର୍କରେ ସୂଚନା ଦେବାକୁ ଅନୁରୋଧ କରିଛି।

Leave A Reply

Your email address will not be published.