ନୂଆଦିଲ୍ଲୀ: ରାଜସ୍ଥାନ, କେରଳ ସମେତ ଅନ୍ୟାନ୍ୟ ରାଜ୍ୟରେ ପକ୍ଷୀମାନେ ଏଭିୟନ ଇନ୍ଫ୍ଲୁଏନ୍ଜାରେ ଆକ୍ରନ୍ତ ହୋଇ ମୃତ୍ୟୁବରଣ କରୁଥିବା ଜଣାପଡ଼ିଛି। ଏହି ସଂକ୍ରମଣ ହେତୁ ଏପର୍ଯ୍ୟନ୍ତ ଅନେକ ପକ୍ଷୀଙ୍କର ମୃତ୍ୟୁ ଘଟିଛି। ହିମାଚଳର ଅନେକ ସ୍ଥାନରେ ଏହି ସଂକ୍ରମଣ ହେତୁ ପ୍ରବାସୀ ପକ୍ଷୀମାନଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।
ମଧ୍ୟପ୍ରଦେଶର ପଶୁପାଳନ ବିଭାଗର ନିର୍ଦ୍ଦେଶକ ଡକ୍ଟର ଆର.କେ ରୋକାଡେ ମଙ୍ଗଳବାର କହିଛନ୍ତି ଯେ ରାଜ୍ୟର ୭ରୁ୮ ଜିଲ୍ଲାରେ ଏହି ଭାଇରସ ସଂକ୍ରମଣ ହେତୁ ଏପର୍ଯ୍ୟନ୍ତ ପ୍ରାୟ ୪୦୦ କାଉଙ୍କର ମୃତ୍ୟୁ ଘଟିଛି। ଏହି ସଂକ୍ରମଣ ରାଜସ୍ଥାନରୁ ଆସିଥିବା କୁହାଯାଉଛି। ହିମାଚଳର କାଙ୍ଗ୍ରା ଜିଲ୍ଲାର ପୋଙ୍ଗ ହ୍ରଦରେ ସଂକ୍ରମଣ ହେତୁ ୨୦୦୦ ରୁ ଅଧିକ ପ୍ରବାସୀ ପକ୍ଷୀଙ୍କର ମୃତ୍ୟୁ ଘଟିଛି।
ରାଜସ୍ଥାନ, ମଧ୍ୟପ୍ରଦେଶ, ହିମାଚଳ ପ୍ରଦେଶ ଏବଂ କେରଳରେ ସଂକ୍ରମଣ ବ୍ୟାପିବା ନେଇ ରାଜ୍ୟ ସରକାର ଏକ ସତର୍କ ସୂଚନା ଜାରି କରିଛନ୍ତି। ଏହି ରାଜ୍ୟଗୁଡିକରେ ଏପର୍ଯ୍ୟନ୍ତ ବହୁ ସଂଖ୍ୟକ ପକ୍ଷୀଙ୍କର ମୃତ୍ୟୁ ଘଟିଛି। ଏହା ମଧ୍ୟ କୁହାଯାଉଛି ଯେ ଏହି ସଂକ୍ରମଣ କେବଳ ପକ୍ଷୀମାନଙ୍କ ପାଇଁ ନୁହେଁ ମଣିଷ ପାଇଁ ମଧ୍ୟ ମାରାତ୍ମକ ହୋଇଥାଏ।
Comments are closed.