Latest Odisha News

ଘରେ ଏହି ପକ୍ଷୀଙ୍କ ଲଗାନ୍ତୁ ଫଟୋ; କାର୍ଯ୍ୟରେ ମିଳିବ ସଫଳତା

ଭୁବନେଶ୍ବର:ଆମେ କାନ୍ଥରେ ବିଭିନ୍ନ ପକ୍ଷୀଙ୍କର ଫଟୋ ତଥା ଛବି ଆଦି ଲଗାଇଥାଉ ଘର ସୁନ୍ଦର ଲାଗିବ ବୋଲି । ତେବେ ବାସ୍ତୁ ଅନୁସାରେ ଏପରି କିଛି ପକ୍ଷୀଙ୍କ ଫଟୋ ରହଛି ଯାହାକୁ ଘରେ ଲଗାଇଲେ ସୁଖ ସମୃଦ୍ଧି  ବୃଦ୍ଧି ହୋଇଥାଏ ।

ଶୁଆଙ୍କୁ ବାସ୍ତୁଶାସ୍ତ୍ରରେ ଭାଗ୍ୟଶାଳୀ ପକ୍ଷୀ ବୋଲି କୁହାଯାଇଥାଏ। ଏମାନଙ୍କ ଫଟୋକୁ ଘରେ ଲଗାଇଲେ ଐଶ୍ୱର୍ଯ୍ୟ ବୃଦ୍ଧି ହୁଏ । ଏଥିସହ ପରିବାର ସଦସ୍ୟଙ୍କ ଭିତରେ ଭଲପାଇବା ବଢେ ଓ ସ୍ବାସ୍ଥ୍ୟରେ ବି ଉନ୍ନତି ଆସେ ।

ସେହିପରି ଫୋନିକ୍ସ(phoenix bird ) ନାମକ ଏକ ପୌରାଣିକ ପକ୍ଷୀର ଫଟୋ ଲଗାଇବା ମଧ୍ୟ ଅତ୍ୟନ୍ତ ଶୁଭ ହୋଇଥାଏ।

ଶୁକ୍ରବାର ଦିନ ଲଭ୍‌ ବାଡର୍‌ସଙ୍କର ଫଟୋକୁ ଘରର ଉତ୍ତର ଦିଗ କାନ୍ଥରେ ଲଗାଇଲେ ଘରେ ସକାରାତ୍ମକ ଊର୍ଜାର ପ୍ରଭାବ ବୃଦ୍ଧି ହୁଏ ବୋଲି ବିଶ୍ୱାସ କରାଯାଏ ।

ଘରେ ଲଭ୍‌ ବାଡର୍‌ସ, ମୟୂର, ନୀଳକଣ୍ଠ ପକ୍ଷୀ, ହଂସ ଆଦି ପକ୍ଷୀଙ୍କ ଫଟୋ ଲଗାଇବା ଅତ୍ୟନ୍ତ ଶୁଭ; ଏହି ପକ୍ଷୀମାନଙ୍କର ଫଟୋକୁ ଘରେ ଲଗାଇଲେ କାର୍ଯ୍ୟରେ ସଫଳତା ମିଳେ।

ତେବେ ବାସ୍ତୁଶାସ୍ତ୍ର ଅନୁସାରେ ଏହି ପକ୍ଷୀମାନଙ୍କର ଫଟୋକୁ ଘରର ଉତ୍ତର-ପଶ୍ଚିମ, ଉତ୍ତର-ପୂର୍ବ ଅଥବା ପୂର୍ବ ଦିଗର କାନ୍ଥରେ ଲଗାଇବା ଶୁଭଦାୟକ ।

 

Leave A Reply

Your email address will not be published.