Latest Odisha News

BREAKING NEWS

ପାକିସ୍ତାନ ଜେଲରେ ୨୦ ବର୍ଷ ରହିବା ପରେ ଘରକୁ ଫେରୁଛନ୍ତି ଓଡ଼ିଆ ପୁଅ ବିର୍ଜୁ

ରାଉରକେଲା: ସୁନ୍ଦରଗଡ କୁତ୍ରା ବ୍ଲକର ଓଡ଼ିଆ ପୁଅ ବିର୍ଜୁ କୁଲୁ । ପାକିସ୍ତାନ ଲାହୋର ଜେଲରେ ବିତାଇଲେ ୨୦ ବର୍ଷ । ଦୀର୍ଘ ୨୦ ବର୍ଷ ପରେ ଏବେ ନିଜ ଭିଟାମାଟିକୁ ପେରୁଛନ୍ତି । ୱାଘା ବୋର୍ଡର ଦେଇ ସ୍ୱଦେଶ ଫେରୁଛନ୍ତି ଓଡ଼ିଆ ପୁଅ ।

ବିର୍ଜୁଙ୍କୁ ଆଣିବା ପାଇଁ ସୁନ୍ଦରଗଡ ପ୍ରଶାସନ ଗତ ୬ ତାରିଖରେ ଅମୃତସର ଅଭିମୁଖେ ବାହାରିଥିଲା । ଗତ ଶୁକ୍ରବାର ଦିନ ଗାଡିକୁ ପୂଜାର୍ଚ୍ଚନା କରିବା ପରେ ରାଜଗାଙ୍ଗପୁର ବିଧାୟକ ରାଜନ ଏକ୍କା ପତାକା ଦେଖାଇଥିଲେ । ଏହାପରେ ଗାଡିଟି ଅମୃତସର ଅଭିମୁଖେ ବାହାରିଥିଲା ।

ସୋମବାର ଦିନ କୁତ୍ରା ବ୍ଲକର ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ମଦନ ସିଂ ବିର୍ଜୁଙ୍କ ନିକଟରେ ପହଞ୍ଚିଥିଲେ । ଏହାପରେ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ମଙ୍ଗଳବାର ସକାଳୁ ବିର୍ଜୁ ସୁନ୍ଦରଗଡ ଫେରୁଥିବା ନେଇ ସୂଚନା ମିଳିଛି ।

୨୦ ବର୍ଷ ତଳେ ବିର୍ଜୁଙ୍କ ମାନସିକ ଦୋଷ ଥିବାରୁ ସେ ଘରୁ କେଉଁଆଡେ ପଳାଇଥିଲେ । ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ମଧ୍ୟ ତାଙ୍କ ପତ୍ତା ମିଳିନଥିଲା । ପରେ ସେ ଲାହୋର ଜେଲରେ ଅଛନ୍ତି ବୋଲି ଜଣାପଡିଥିଲା । ଗତ ୨୬ ତାରିଖରେ ସେ ମୁକ୍ତ ହୋଇଥିଲେ । ଏହାପରେ ତାଙ୍କୁ ଅମୃତସର ନାରାୟଣ ଗଂଜ କ୍ୱାରେଂଟାଇନ ସେଂଟରରେ ରଖାଯାଇଥିଲା ।

Leave A Reply

Your email address will not be published.