Latest Odisha News

BREAKING NEWS

ଭାରତର ସବୁଠାରୁ ବଡ ହକି ଷ୍ଟାଡିୟମକୁ ଆଜି ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ରାଉରକେଲା: ଜାନୁଆରୀ ୧୩ ତାରିଖରୁ ଓଡ଼ିଶାରେ ଆରମ୍ଭ ହେବ ପୁରୁଷ ହକି ବିଶ୍ୱକପ । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ଏବଂ ବିର୍ସା ମୁଣ୍ଡା ଷ୍ଟାଡିୟମରେ ସମସ୍ତ ମ୍ୟାଚ ଖେଳାଯିବ । ଏହାକୁ ଦୃଷ୍ଟିରେ ରଖି ମାତ୍ର ୧୫ ମାସ ମଧ୍ୟରେ ନିର୍ମିତ ହୋଇଛି ରାଉରକେଲାର ବିର୍ସାମୁଣ୍ଡା ଷ୍ଟାଡିୟମ । ଭାରତର ସବୁଠାରୁ ବଡ ହକି ଷ୍ଟାଡିୟମର ମାନ୍ୟତା ପାଇଥିବା  ବିର୍ସାମୁଣ୍ଡା ଷ୍ଟାଡିୟମ ଏବେ ପ୍ରସ୍ତୁତ । ଖାଲି ଖେଳାଳି ଆଉ ଦର୍ଶକଙ୍କୁ ଅପେକ୍ଷା। ଆଜି ବିର୍ସା ମୁଣ୍ଡା ହକି ଷ୍ଟାଡିୟମର ଉଦଘାଟନୀ ଉତ୍ସବ । ଷ୍ଟାଡିୟମକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।  ସବୁ ପ୍ରସ୍ତୁତି ଶେଷ ହୋଇଛି ।

ଏହି ଷ୍ଟାଡିୟମରେ ୨୦ ହଜାରରୁ ଅଧିକ ଦର୍ଶକ ବସିବାର କ୍ଷମତା   ରହିଛି । ଉଭୟ ଖେଳାଳୀ ଏବଂ ଦର୍ଶକଙ୍କ ପାଇଁ ସବୁପ୍ରକାରର ସୁବିଧା ଏହି ଷ୍ଟାଡିୟମରେ ରହିଛି । ୯ ମାସ ମଧ୍ୟରେ ୨୨୫ ଘର ଥିବା ବିଶ୍ୱ କପ୍ ହକି ଗ୍ରାମର ନିର୍ମାଣ କରାଯାଇଥିବା ସୂଚନା ମିଳିଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମେ ହକି ଷ୍ଟାଡିୟମ ଉଦ୍‌ଘାଟନ କରିବେ । ପରେ ବାସନ୍ତୀ କଲୋନି ଡିଏଭି ପୋଖରୀର ଥିବା ଏକ ୱାଟର ପାର୍କ ଉଦ୍‌ଘାଟନ କରିବେ। ଏଥିସହିତ ଅନେକ ଉଦ୍ଘାଟନ କାର୍ଯ୍ୟକ୍ରମ ରହିଛି ମୁଖ୍ୟମନ୍ତ୍ରୀଙ୍କର ।  ଏହା ପରେ ୧୭ କୋଟି ୯୩ ଲକ୍ଷ ଟଙ୍କାର ହନୁମାନବାଟିକା ଛକରୁ ଆର୍‌ଏସ୍‌ପି ମେନ୍‌ ଗେଟ୍‌ ପର୍ଯ୍ୟନ୍ତ ରିଂ ରୋଡର ସୌନ୍ଦର୍ଯ୍ୟକରଣ, ପ୍ରସିଦ୍ଧ ଶୈବ୍ୟପୀଠ ବେଦବ୍ୟାସରେ ୧୬ କୋଟି ୭ ଲକ୍ଷ ଟଙ୍କା ବ୍ୟୟରେ ସୌନ୍ଦର୍ଯ୍ୟକରଣ ପ୍ରକଳ୍ପର ମଧ୍ୟ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ର।

ଏହା ବ୍ୟତୀତ ସୁନ୍ଦରଗଡ଼ ଜିଲ୍ଲାର ୧୭ଟି ବ୍ଲକରେ ହକି ଆଷ୍ଟ୍ରୋଟର୍ଫ,  ଟ୍ରାଫିକ ଛକ ନିକଟ ସେନ୍ସରି ପାର୍କ, ରଘୁନାଥପାଲୀ ଭେଣ୍ଡିଂ ଜୋନ୍‌,ପାନପୋଷ ଏନ୍‌ଏସି ମାର୍କେଟ ତଥା ହକି ଛକର ସୌନ୍ଦର୍ଯ୍ୟକରଣ ଆଦି ପ୍ରକଳ୍ପଗୁଡ଼ିକୁ ମଧ୍ୟ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି ।  ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଜିଲ୍ଲା ପୁଲିସ ପକ୍ଷରୁ ସହରରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।

ତେବେ ଆସନ୍ତୁ ଜାଣିବା, କ’ଣ ବିଶେଷତ୍ୱ ରହିଛି ଏହି ଷ୍ଟାଡିୟମର  । ବିପିୟୁଟି (ବିଜୁ ପଟ୍ଟନାୟକ ୟୁନିଭର୍ସିଟି ଅଫ ଟେକ୍ନୋଲଜି) ପରିସରେ ଥିବା ଏହି ଷ୍ଟାଡିୟମ  ୧୪୬.୫ କୋଟି ଟଙ୍କା ବ୍ୟୟରେ ନିର୍ମିତ  ହୋଇଛି । ମୁ୍ଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୨୧ ଫେବୃୟାରୀରେ ଏହାର ଶିଳାନ୍ୟାସ କରିଥିଲେ ଏବଂ ଅଗଷ୍ଟ ୨୦୨୧ରେ ଆରମ୍ଭ ହୋଇଥିଲା ନିର୍ମାଣ କାମ ।

ଏହାର ନିର୍ମାଣ ପାଇଁ ୩,୬୦୦ ଟନ୍ ଷ୍ଟ୍ରକଚରାଲ ଷ୍ଟିଲ ଏବଂ ୪ ହଜାର ଟନ ଟିଏମଟି ଷ୍ଟିଲ ଏହାର ନିର୍ମାଣ ପାଇଁ ବ୍ୟବହାର ହୋଇଛି । ଏମିତି ଭାବେ ଏହା ନିର୍ମାଣ କରାଯାଇଛି, ଯାହା କି ଅନ୍ୟ ଷ୍ଟାଡିୟମ ତୁଳନାରେ  ପ୍ରତ୍ୟେକ ଦର୍ଶକଙ୍କୁ ପିଚର ନିକଟରେ ବସି ଖେଳ ଦେଖିପାରିବାର ସୁଯୋଗ ମିଳିବ ।

ଷ୍ଟଡିୟମ ଭିତରେ ହାଇଡ୍ରୋ ଥେରାପି ପୁଲ, ଫିଟନେସ ସେଣ୍ଟର, ଅଭ୍ୟାସ ପାଇଁ ପିଚ ଇତ୍ୟାଦି ରହିଛି । ୨୨୫୪ ଷ୍ଟାର କାଟେଗୋରୀ ରୁମ  ରହିଛି । ଟୁର୍ଣ୍ଣାମେଣ୍ଟ ପାଇଁ ଏହାର ପରିଚାଳନା ଦାୟିତ୍ୱ ତାଜଗ୍ରୁପ ଦିଆଯାଇଛି ।

Comments are closed.