Latest Odisha News

BREAKING NEWS

ବୋମା ପକାଇ ଦିଅ ପଛେ ନଷ୍ପତ୍ତି ବଦଳାଇବୁନି-ମହିଳାଙ୍କ ଉଚ୍ଚଶିକ୍ଷାକୁ ନେଇ ଏମିତି କହିଲେ ତାଲିବାନ ମନ୍ତ୍ରୀ

କାବୁଲ: ପୁଣି ମହିଳାଙ୍କୁ ତାଲିବାନ ଶାସନର ନାଲି ଆଖି  । ମିହଳାଙ୍କ ଉଚ୍ଚଶିକ୍ଷାକୁ ପୁଣି କଡା ଭାଷାରେ ବିରୋଧ କରିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ । ମହିଳାଙ୍କ ଉଚ୍ଚଶିକ୍ଷାକୁ ବିରୋଧ କରି ତାଲିବାନ ସରକାରର ଉଚ୍ଚଶିକ୍ଷା ମନ୍ତ୍ରୀ ନିଦା ମୋହମ୍ମଦ ନଦୀମ କହିଛନ୍ତି, ଆଫଗାନସ୍ତାନରେ ବୋମା ପକାଇ ଦିଅ ପଛେ କିନ୍ତୁ ଇସଲାମିକ ଅମୀରାତ ସରକାର ନିଜ ନିଷ୍ପତ୍ତି ବଦଳାଇବ ନାହିଁ । ସେ ଦୃଢ ଏବଂ କଠୋର ଭାଷାରେ କହିଛନ୍ତି, ତାଙ୍କ ସରକାରର ନିଷ୍ପତ୍ତି ଇସଲାମିକ ଆଇନ ଅନୁସାରେ ହିଁ ହେବ ।

ନିଦା କହିଛନ୍ତି, ଆଫଗାନିସ୍ତାନ ଏକ ସାର୍ବଭୌମ ଦେଶ । ବିଶ୍ୱର କୌଣସି ଦେଶ ତାହାର ଆଭ୍ୟନ୍ତରୀଣ ମାମଲାରେ ହସ୍ତକ୍ଷେପ କରିପାରିବେ ନାହିଁ । ତାଲିବା ସରକାର ଆଫଗାମ ବିଶ୍ୱବିଦ୍ୟାଳୟରେ ମହିଳାଙ୍କ ପ୍ରବେଶ ଉପରେ ରୋକ ଲଗାଇଛନ୍ତି । ପୂର୍ବରୁ ଛାତ୍ରୀମାନଙ୍କୁ ହାୟର ସେକେଣ୍ଡାରୀ ଶିକ୍ଷା ଉପରେ ପ୍ରତିବନ୍ଧକ ଲଗାଇଥିଲେ ତାଲିବାନ ସରକାର।

ନିଦା କହିଛନ୍ତି, ମହିଳାଙ୍କ ବିଶ୍ୱ ବିଦ୍ୟାଳୟ ପ୍ରବେଶ ଉପରେ ରୋକ ଲଗାଇବା ନିଷ୍ପତ୍ତି  ତାଙ୍କ ସରକାରଙ୍କର ଉଚ୍ଚସ୍ତରୀୟ କମିଟି ନେଇଛି । ସେ କହିଛନ୍ତି, ଯୁବତୀ ଏବଂ ମହିଳାଙ୍କୁ ପାଠ ପଢାଇବା ଅର୍ଥ ଇସଲାମ ଏବଂ ଆଫଗାନ ମୂଲ୍ୟବୋଧର ଖିଲାଫ କରିବା । ଏହା ପୂର୍ବରୁ ନିଦା ଏକ ସାକ୍ଷାତକାରରେ କହିଥିଲେ, ଆମେ ଯୁବତୀମାନଙ୍କୁ ହିଜାବ ପିନ୍ଧିବାକୁ କହିଥିଲୁ । ହେଲେ ସେମାନେ ପିନ୍ଧିଲେ ନାହିଁ । ସେମାନେ ଏମିତି ସଜେଇ ହୋଇ ଯାଉଛନ୍ତି ଯେମିତି କୌଣସି ବାହାଘର ଉତ୍ସବରେ ଯୋଗଦେବାକୁ ଯାଉଛନ୍ତି । ଏହି ନିୟମ ନ  ମାନିବାରୁ ସେମାନଙ୍କର ବିଶ୍ୱବିଦ୍ୟାଳୟ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଗଲା ।

ଏଠି କହିରଖିବୁ, ଆଫଗାନିସ୍ତାନ କବ୍ଜା କରିବା ପୂର୍ବରୁ ତାଲିବାନମାନେ ବଦଳି ଯାଇଥିବା କହିଥିଲେ । ତାଲିବାନ ପ୍ରବକ୍ତା ସାରା ବିଶ୍ୱକୁ ଆଶ୍ୱାସନା ଦେଇଥିଲେ ଯେ, ନୂଆ ସରକାର ମହିଳାଙ୍କୁ ସମ୍ପୂର୍ଣ୍ଣ ସ୍ୱାଧୀନତା ଦେବେ । ଏପରିକି ସେମାନଙ୍କୁ  ଚାକିରୀ କରିବା ଏବଂ ଏକୁଟିଆ ଯାତାୟାତ କରିବାର ସୁଯୋଗ ମଧ୍ୟ ଦେବେ । ହେଲେ ସରକାର ଗଠନ ପରେ ନିଜ କଥାକୁ ଭୁଲିଗଲା ତାଲିବାନ ସରକାର । ମହିଳାଙ୍କ ଉପରେ ସମ୍ପୂର୍ଣ୍ଣ ଅଙ୍କୁଶ ଲଗାଇ ଦେଲେ । ବିଶ୍ୱବିଦ୍ୟାଳୟକୁ ଯିବାରେ କଟକଣା କରିବା ସହ ସର୍ବସାଧାରଣ ସଭାକୁ ଗଲାବେଳେ ବୁର୍ଖା ପିନ୍ଧି ଯିବା ପାଇଁ କଟକଣା ଜାରି କରିଥିଲେ ।

 

Leave A Reply

Your email address will not be published.