Latest Odisha News

[ଭିଡ଼ିଓ] ପୁର୍ବତନ ମନ୍ତ୍ରୀ ସ୍ବର୍ଗତ ବେଦପ୍ରକାଶ ଅଗ୍ରୱାଲଙ୍କ ଜନ୍ମ ଜୟନ୍ତୀ

କେନ୍ଦ୍ରାପଡା: ବରିଷ୍ଠ ବିଜେଡି ନେତା ତଥା ପୁର୍ବତନ ମନ୍ତ୍ରୀ ସ୍ବର୍ଗତ ବେଦପ୍ରକାଶ ଅଗ୍ରୱାଲଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । କେନ୍ଦ୍ରାପଡା ସହରରେ ପାଳିତ ହୋଇଯାଇଛି । ଏ ଅବସରରେ ବେଦ ପ୍ରକାଶ ଅଗ୍ରୱାଲ ସ୍ମୃତି ପରିଷଦ ଆନୁକୂଲ୍ୟରେ ବିଭିନ୍ନ ବର୍ଗର ୨୫୦ରୁ ଉର୍ଦ୍ଧ୍ବ ପ୍ରତିଯୋଗୀଙ୍କୁ ନେଇ ଏକ ଗଣଦୌଡ଼ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ସେହିପରି ସ୍ମୃତି ପରିଷଦ ତରଫରୁ ମଧୁମିତା ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ କେନ୍ଦ୍ରାପଡା ପୌର ସଂସ୍ଥା ସଭାଗୃହରେ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇଥିଲା ।

ଏହି କାର୍ଯ୍ୟକ୍ରମରେ ରାଜ୍ୟସଭା ସାଂସଦ ସୁବାସ ସିଂ, ଡ଼ଃ ପ୍ରଭାସ ଆଚାର୍ଯ୍ୟ ପ୍ରମୁଖ ଅତିଥି ଭାବେ ଯୋଗଦେଇ ସ୍ବର୍ଗତ ବେଦପ୍ରକାଶ ଅଗ୍ରୱାଲଙ୍କ ସ୍ମୃତିଚାରଣ କରିଥିଲେ । କାର୍ଯ୍ୟକ୍ରମରେ ଜିଲ୍ଲାରେ କାର୍ଯ୍ୟରତ ୧୫ ଜଣ ଆଶାକର୍ମୀଙ୍କୁ ସାର୍ବଜନୀନ ସେବା ସମ୍ମାନ ଓ ୪ ଜଣ କୃତୀ ଛାତ୍ରଛାତ୍ରୀଙ୍କୁ ବେଦ ପ୍ରକାଶ ଅଗ୍ରୱାଲ ଶିକ୍ଷା ସମ୍ମାନରେ ସମ୍ମାନିତ କରାଯାଇଥିଲା ।

ଶେଷରେ ଗଣଦୌଡ଼ରେ କୃତିତ୍ବ ଲାଭ କରିଥିବା ୬ ଜଣ ପ୍ରତିଯୋଗୀଙ୍କୁ ପୁରଷ୍କାର ପ୍ରଦାନ କରାଯାଇଥିଲା ।

 

Comments are closed.