ପୁରୀ: ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପୂର୍ବତନ ମନ୍ତ୍ରୀ ତଥା ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଦାସଙ୍କର ପୁରୀ ସ୍ବର୍ଗଦ୍ବାର ଠାରେ ଶେଷକୃତ୍ୟ ସଂପନ୍ନ ହୋଇଛି ।
ପ୍ରାପ୍ତ ସୂଚନାନୁଯାୟୀ ତାଙ୍କ ପୁତ୍ର ବିଜୟ ଶଙ୍କର ଦାସ ମୁଖାଗ୍ନି ଦେଇଥିଲେ । ଏହି ଅବସରରେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ, ଜଳ ସମ୍ପଦ ଓ ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ, ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି, ରାଜ୍ୟ ମହିଳା କମିଶନ ମୁଖ୍ୟ ମିନତୀ ବେହେରା, ପୂର୍ବତନ ମନ୍ତ୍ରୀ ମହେଶ୍ବର ମହାନ୍ତି, ପୂର୍ବତନ ବିଧାୟକ ରବିନ୍ଦ୍ରନାଥ ଭୋଇ, ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପ୍ରତାପ ଚନ୍ଦ୍ର ସ୍ବାଇଁ, ସ୍ବର୍ଗତଃ ଦାସଙ୍କ ବ୍ୟକ୍ତିଗତ ସହାୟକ ନିରଞ୍ଜନ ସେଠୀ, ପ୍ରମୁଖ ଦିବଂଗତ ଆତ୍ମାପ୍ରତି ଶେଷ ସମ୍ମାନ ଜଣାଇଥିଲେ।
ଅଧିକ ପଢନ୍ତୁ- ପରଲୋକରେ ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଦାସ
ଆହୁରି ମଧ୍ୟ ସ୍ବର୍ଗତଃ ଦାସଙ୍କ ସାନ ଭାଇ ମାନସ ରଞ୍ଜନ ଦାସ, ଭଣଜା ଜ୍ବାଇଁ ମନୋଜ ଭୋଇ, ଭଣଜା ସନ୍ତୋଷ ଦାସ, ପୁତୁରା ଦିଲ୍ଲିପ ଦାସ, ସୁଜିତ ଦାସ, ଦୁର୍ଗାମାଧବ ଦାସଙ୍କ ସମେତ ବିଶିଷ୍ଟ ବ୍ୟକ୍ତି ମାନେ ଉପସ୍ଥିତ ଥିଲେ ।
Comments are closed.