Latest Odisha News

BREAKING NEWS

ରିଲାଏନ୍ସ ଫାଉଣ୍ଡେସନର ବହୁସ୍ତରୀୟ ଅଡିଓ କନ୍‌ଫରେନ୍ସ ଜରିଆରେ ଲାଭାନ୍ୱିତ ହେଲେ ମୟୂରଭଂଜର ଚାଷୀ ପ୍ରହଲ୍ଲାଦ ମହନ୍ତ

ଭୁବନେଶ୍ୱର : ମୟୂରଭଞ୍ଜ ରରୁଆଁ ବ୍ଲକ୍ କଲଣ୍ଡା ଗାଁର ପରିବା ଚାଷୀ ପ୍ରହଲ୍ଲାଦ ମହନ୍ତ । ପ୍ରତିବର୍ଷ ସେ ଜମିରେ କଲରା, ଟମାଟୋ, ବାଇଗଣ ଆଦି ଚାଷ କରିଥାନ୍ତି । ଚଳିିତ ବର୍ଷ ବି ଏସବୁ ଚାଷ କରିଥିଲେ । ଫଳ ବି ଭଲ ଆସିଥିଲା । ତେଣୁ ଆଶା ଥିଲା ଏଗୁଡିକୁ ବଜାରରେ ବିକ୍ରି କରି ଭଲ ଦି ପଇସା ରୋଜଗାର ହେବ ।

କିନ୍ତୁ କରୋନା ସଂକ୍ରମଣ ଭୟରେ ହଠାତ୍ ସରକାର ଲକ୍ ଡାଉନ ଘୋଷଣା କଲେ । ଗାଡି ମଟର ଚଳାଚଳ ତଥା ଯିବା ଆସିବା ଉପରେ ରୋକ ଲାଗିଥିବାରୁ ପରିବା ପତ୍ର କେମିତି ବିକିବେ ସେ ନେଇ ଚଡକ ପଡିଲା ପ୍ରହଲ୍ଲାଦଙ୍କ ମୁଣ୍ଡରେ । ନିଜ ପରିଶ୍ରମବୃଥା ଯିବ ଭାବି ଚିନ୍ତାରେ ପଡିଗଲେ ।

ରିଲାଏନ୍ସ ଫାଉଣ୍ଡେସନ୍ ପକ୍ଷରୁ ଆୟୋଜିତ ହେଉଥିବା ବହୁସ୍ତରୀୟ ଅଡିଓ କନ୍‌ଫରେନ୍ସ ବିଷୟରେ କୌଣସି ସୂତ୍ରରୁ ଖବର ପାଇ ସେ ଏଥିରେ ଅଂଶଗ୍ରହଣ କରିଥିଲେ । ଏଥିରେ ସେ ସମ୍ମୁଖୀନ ହେଉଥିବା ସମସ୍ୟା ସମ୍ପର୍କରେ ଜଣାଇଥିଲେ । ଖୁବ୍ କମ୍ ସମୟ ମଧ୍ୟରେ ତାଙ୍କ ସମସ୍ୟାର ସମାଧାନର ବାଟ ବାହାରିଥିଲା ।

ଏ ନେଇ ପ୍ରହଲ୍ଲାଦ କହିଛନ୍ତି “ଏହି ପ୍ଳାଟ୍‌ଫର୍ମ ଦ୍ୱାରା ସହକାରୀ ଉଦ୍ୟାନକୃଷି ଅଧିକାରୀଙ୍କ ସହ କଥା ହୋଇପାରିଲି । ତାଙ୍କୁ ସମସ୍ୟା ବିଷୟରେ ଜଣାଇବାରୁ ସେ ମୋ ପାଇଁ ଓ ଦୁଇଜଣ ସହଯୋଗୀଙ୍କ ପାଇଁ ଗାଡି ଅନୁମତିପତ୍ର ପ୍ରଦାନ ବ୍ୟବସ୍ଥା କରିଥିଲେ । ଫଳରେ ମୁଁ ଚାଷ କରିଥିବା ପନିପରିବା ବିକ୍ରି କରିପାରିଲି । ’

ଏହି ସାହାଯ୍ୟ ମିଳିବା ପରେ ପ୍ରହଲ୍ଲାଦ ପ୍ରାୟ ୫୦ କ୍ୱିଣ୍ଟାଲ୍ ପନିପରିବା ବିକ୍ରି କରିପାରିଛନ୍ତି । ଏ ଭିିତରେ ରହିଛି ୪୦ କ୍ୱିଣ୍ଟାଲ ଟମାଟୋ, ୩ କ୍ୱିଣ୍ଟାଲ କଲରା, ୩ କ୍ୱିଣ୍ଟାଲ ବାଇଗଣ, ଗୋଟିଏ କ୍ୱିଣ୍ଟାଲ ଛଚିନ୍ଦ୍ରା । ଲକ୍‌ଡାଉନ୍ ସମୟରେ ବିକ୍ରି କରି ପ୍ରାୟ ୭୦ ହଜାର ଟଙ୍କା ଆୟ କରିପାରିଛନ୍ତି ପ୍ରହଲ୍ଲାଦ ।

କରୋନା ଭଳି ଏକ ଜଟିଳ ସମୟରେ ଚାଷୀମାନଙ୍କୁ ସାହାଯ୍ୟ କରିବା ଉଦ୍ୟମ ନେଇ ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ହୋଇଛି ଅଡିଓ କନ୍‌ଫରେନ୍ସ କାର୍ଯ୍ୟକ୍ରମ । ଏହା ସହାୟତାରେ ଚାଷୀ ଓ ବିଶେଷଜ୍ଞ ତଥା ସରକାରୀ ଅଧିକାରୀଙ୍କୁ ଗୋଟିଏ ମଞ୍ଚରେ ଏକାଠି ହୋଇ ସମସ୍ୟାର ସମାଧାନ କରିପାରୁଛନ୍ତି ।

ଲକ୍‌ଡାଉନ୍ ବେଳେ ଅନେକ ଚାଷୀ ସେମାନଙ୍କ ଫସଲ ଲାଗି ଆବଶ୍ୟକ କୀଟ ନାଶକ, ସାର ତଥା ଅନ୍ୟାନ୍ୟ ଆବଶ୍ୟକ ସାମଗ୍ରୀ ପାଉ ନଥିବାରୁ ଫସଲର ଯତ୍ନ ନେବାରେ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଅପରପକ୍ଷେ ଦୋକାନ ବଜାର ଓ ହାଟଗୁଡିକ ବନ୍ଦ ରହିବା ହେତୁ ଅଧିକାଂଶ କ୍ଷୁଦ୍ର ଓ ମଧ୍ୟମ ବର୍ଗର ଚାଷୀ ସେମାନଙ୍କ ଫସଲ ବିକ୍ରି କରିପାରୁନଥିଲେ । ତେବେ ଏହି ଅଡିଓ କନ୍‌ଫରେନ୍ସ କାର୍ଯ୍ୟକ୍ରମ ସେହି ସମୟରେ ସେମାନଙ୍କୁ ବେଶ୍ ସାହାଯ୍ୟ କରିଥିବା ଚାଷୀମାନେ ମତ ଦେଇଛନ୍ତି ।

କେବଳ ଅଡିଓ କନ୍‌ଫରେନ୍ସ କାର୍ଯ୍ୟକ୍ରମ ନୁହେଁ ରିଲାଏନ୍ସ ଫାଉଣ୍ଡେସନ ଚାଷୀମାନଙ୍କୁ ଭଏସ୍ କଲ୍‌, ଏସଏମଏସ୍‌, ଜିଓ ଚାଟ୍ ଚ୍ୟାନେଲ ଓ ହ୍‌ାଟସ୍‌ଆପ୍ ଗ୍ରୁପ ଜରିଆରେ ଚାଷ ସମ୍ବନ୍ଧୀୟ ସହାୟତା ଯୋଗାଇ ଦିଆଯାଉଛି ।

ଚାଷୀମାନେ ଫ୍ରି ହେଲପ୍ ଲାଇନ ନମ୍ବର ୧୮୦୦-୪୧୯-୮୮୦୦ ଜରିଆରେ ଚାଷ ସମ୍ବନ୍ଧୀୟ ପରାମର୍ଶ ପାଇପାରିବେ ।

ଏ ଯାଏଁ ରିଲାଏନ୍ସ ଫାଉଣ୍ଡେସନ ଜରିଆରେ ପ୍ରାୟ ୨ ଲକ୍ଷରୁ ଅଧିକ ଚାଷୀ, ୩୨୦୦ ମତ୍ସ୍ୟଚାଷୀ, ୩୦ ହଜାର ଛେଳି ଓ କୁକୁଡ଼ା ପାଳକଙ୍କ ପାଖରେ ଓୟୁଏଟି ପକ୍ଷରୁ ଦିଆଯାଇଥିବା ସୂଚନାକୁ ପହଞ୍ଚାଯାଇଛି ।

Leave A Reply

Your email address will not be published.