Latest Odisha News

BREAKING NEWS

ବିଶ୍ବଜିତ୍ ସାହୁ ପୂର୍ବତଟ ରେଳପଥର ନୂତନ ମୁଖ୍ୟ ଜନ ସମ୍ପର୍କ ଅଧିକାରୀ

ଭୁବନେଶ୍ବର : ପୂର୍ବତଟ ରେଳପଥର ନୂତନ ମୁଖ୍ୟ ଜନ ସମ୍ପର୍କ ଅଧିକାରୀ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ଭାରତୀୟ ରେଳପଥ ଷ୍ଟୋର ସର୍ଭିସ୍ ୨୦୧୩ ବ୍ୟାଚର ଅଧିକାରୀ ବିଶ୍ବଜିତ୍ ସାହୁ । ମରିସସ୍ ରେଳବାଇକୁ ଡେପୁଟେସନରେ ବିଦେଶ ଯାଉଥିବା ବିଦାୟୀ ମୁଖ୍ୟ ଜନ ସଂପର୍କ ଅଧିକାରୀ ତଥା ଭାରତୀୟ ରେଳବାଇ ମେକାନିକାଲ ଇଂଜିନିୟରିଂ ସେବା ଅଧିକାରୀ କୌଶଳେନ୍ଦ୍ର କିଶୋର ଖାଡ଼ଙ୍ଗାଙ୍କ ଠାରୁ ଦାୟିତ୍ବ ଗ୍ରହଣ କରିଛନ୍ତି ।

ମୁଖ୍ୟ ଜନ ସମ୍ପର୍କ ଅଧିକାରୀ ଭାବେ ଦାୟିତ୍ବ ଗ୍ରହଣ କରିବା ପୂର୍ବରୁ ପୂର୍ବତଟ ରେଳପଥ ମୁଖ୍ୟାଳୟରେ ଉପ ମୁଖ୍ୟ ଭଣ୍ଡାର ପ୍ରବନ୍ଧକ ଭାବେ କାର୍ଯ୍ୟ କରୁଥିଲେ ବିଶ୍ବଜିତ୍ ସାହୁ । ରେଳବାଇର କାର୍ଯ୍ୟ ସମ୍ପାଦନ ସାମଗ୍ରୀ ପରିଚାଳନାରେ ତାଙ୍କର ଅଭିଜ୍ଞତା ରହିଛି । ସେ ବିଶାଖାପାଟନମରେ ସିନିୟର ମ୍ୟାଟେରିଆଲ୍ ମ୍ୟାନେଜର ଓ ଡିଭିଜନାଲ ମ୍ୟାଟେରିଆଲ୍ ମ୍ୟାନେଜର ଏବଂ ଭୁବନେଶ୍ବର ମଞ୍ଚେଶ୍ବରରେ ଥିବା ରେଳ ଡବା ମରାମତି କାରଖାନାରେ ସିନିୟର ମ୍ୟାଟେରିଆଲ୍ ମ୍ୟାନେଜର ଭାବରେ କାର୍ଯ୍ୟ କରିଛନ୍ତି ।

ଭୁବନେଶ୍ବରସ୍ଥିତ କଲେଜ ଅଫ୍ ଇଂଜିନିୟରିଂରୁ ବି.ଟେକ ଏବଂ ଆଇଆଇଟି କାନପୁରରୁ ଏମ.ଟେକ୍ ଡିଗ୍ରୀ ହାସଲ କରିବା ପରେ ୨୦୧୫ରେ ଭାରତୀୟ ରେଳବାଇରେ ଯୋଗ ଦେଇଛନ୍ତି ବିଶ୍ବଜିତ୍ ।

Leave A Reply

Your email address will not be published.