Latest Odisha News

BREAKING NEWS

ମୃତ ରୁଚିକାଙ୍କ ମାଆଙ୍କୁ ଜୋରଜବରଦସ୍ତ ଉଠାଇନେଲା ପୋଲିସ

ମୃତ ରୁଚିକାଙ୍କ ମାଆଙ୍କୁ ଉଠାଇନେଲା ପୋଲିସ । ନ୍ୟାୟ ଦାବିରେ ଧାରଣା ଦେଇଥିବା ବେଳେ ପୋଲିସ ତାଙ୍କୁ ଉଠାଇନେଇଛି । ଅନ୍ୟ ସଙ୍ଗଠନର ସଦସ୍ୟଙ୍କୁ ପୋଲିସ ଉଠାଇ ନେଇଛି । କେବଳ ସେତିକି ନୁହେଁ ଧାରଣାସ୍ଥଳରେ ଥିବା ଟେଣ୍ଟକୁ ମଧ୍ୟ ପୋଲିସ ଭାଙ୍ଗି ଦେଇଛି । ଏ ନେଇ ରୁଚିକାଙ୍କ ମାଆ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଏତେ ଦିନ ହେଲାଣି ଝିଅର ମୃତ୍ୟୁକୁ । ହେଲେ ପୋଲିସ ଆଜି ଯାଏଁ ନ୍ୟାୟ ଦେଇପାରୁନି, ଗୁଣ୍ଡାରାଜ କରୁଛି ।

ସେପଟେ, ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟାକୁ ୧୦ ଦିନ ପୁରିଯାଇଛି । କିନ୍ତୁ ପୋଲିସ୍ ଏପର୍ଯ୍ୟନ୍ତ ଅଭିଯୁକ୍ତଙ୍କୁ ଚିହ୍ନଟ କରିପାରିନାହିଁ । ଆଜି ରୁଚିକାଙ୍କ ଦଶାହ । ଦଶାହ କର୍ମ ବିଜେବି କଲେଜ ଆଗରେ ହେବା ପାଇଁ ସ୍ଥିର ହୋଇଥିଲା । ଏଥିପାଇଁ କଲେଜ ଆଗରେ ରୁଚିକାଙ୍କ ମାଆ ବିଦ୍ୟୁତପ୍ରଭା ମହାନ୍ତିଙ୍କ ସହ ନବନିର୍ମାଣ ଯୁବ ଛାତ୍ର ସଂଗଠନର ସଦସ୍ୟ ପ୍ରସ୍ତୁତି କରିଥିଲେ ।

କିନ୍ତୁ ଗତକାଲି ରାତିରେ କଲେଜ ଆଗରେ ହୋଇଥିବା ଟେଣ୍ଟ ଭାଙ୍ଗି ଦେଇଛି ପୋଲିସ୍ । ଏହାସହ ଧାରଣାରେ ବସିଥିବା ନବନିର୍ମାଣ ଯୁବ ଛାତ୍ର ସଂଗଠନର ସଦସ୍ୟ ମନୋହର ଅଲ୍ଲୀ ଏବଂ ରୁଚିକାଙ୍କ ସମ୍ପର୍କୀୟ ଭାଇଙ୍କୁ ମଧ୍ୟ ଉଠାଇ ନେଇଛି ପୋଲିସ ।

Leave A Reply

Your email address will not be published.