Latest Odisha News

BREAKING NEWS

ଡିସେମ୍ବର ୨୨ରେ ହେବ ‘ବିଜେବି ଫ୍ରେଣ୍ଡସ୍ ଆଲୁମୁନି ମିଟ୍’

ଭୁବନେଶ୍ୱର: ବିଜେବି କଲେଜର ପୂର୍ବତନ ଛାତ୍ରଛାତ୍ରୀମାନଙ୍କର ସଂଗଠନ ବିଜେବି ଫ୍ରେଣ୍ଡସ୍ ଡିସେମ୍ବର ୨୨ତାରିଖରେ କ୍ୟାମ୍ପସରେ ବାର୍ଷିକ ସମ୍ମିଳନୀର ଆୟୋଜନ କରିଛନ୍ତି ।

ଏହି କାର୍ଯ୍ୟକ୍ରମରେ ଯୋଗଦାନ ନିମନ୍ତେ ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା କୃଷି ଓ କୃଷକ ସଶକ୍ତିକରଣ ସତ୍ସ୍ୟ ଏବଂ ପଶୁ ସମ୍ପଦ ବିକାଶ ବିଭାଗୀୟ ମନ୍ତ୍ରୀ ଅରୁଣ କୁମାର ସାହୁ ଏବଂ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ, ପବ୍ଲିକ ଏନ୍ଟରପ୍ରାଇଜ୍, ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗୀୟ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କୁ ଆସୋସିଏସନ୍ ପକ୍ଷରୁ ଅନୁରୋଧ କରାଯାଇଛି ।

ଏହି କାର୍ଯ୍ୟକ୍ରମରେ ତିନିଜଣ ପୂର୍ବତନ ଛାତ୍ର ଭାରତ ସରକାରଙ୍କ ଡିଆଇପିପି ବିଭାଗର ସେକ୍ରେଟାରୀ, ଆଇଏଏସ୍ ଡ଼ ଗୁରୁ ପ୍ରସାଦ ମହାପାତ୍ର, ରାଜ୍ୟସଭା ସଦସ୍ୟ ସମ୍ବିତ୍ ପାତ୍ର, ରାଜ୍ୟସରକାରଙ୍କ ଉଚ୍ଚଶିକ୍ଷା ବିଭାଗର ସେକ୍ରେଟାରୀ, ଆଇଏଏସ୍ ସାଶ୍ୱତ ମିଶ୍ର ଆଦି ଯୋଗ ଦେବାନେଇ ସୂଚନା ମିଳିଛି ।

ଆସନ୍ତା ଡିସେମ୍ବର ୨୨ତାରିଖର ଆୟୋଜିତ ହେବାକୁ ଥିବା ଆଲୁମିନି ମିଟ୍ ୨୦୧୯ରେ କଲେଜରେ ବିଭିନ୍ନ ଖେଳ କାର୍ଯ୍ୟକ୍ରମ, ଛାତ୍ରଛାତ୍ରୀ ମାନଙ୍କୁ ସେମାନଙ୍କ ଭବିଷ୍ୟତ ନିର୍ମାଣ କରିବା କ୍ଷେତ୍ରରେ ପ୍ରୋତ୍ସାହିତ କରିବା ତଥା କଲେଜର ସାର୍ବଙ୍ଗିକ ବିକାଶ କାର୍ଯ୍ୟକ୍ରମରେ ଅଂଶଗ୍ରହଣ ଏବଂ ରକ୍ତଦାନ ଶିବିର ଭଳି ବହୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।

Leave A Reply

Your email address will not be published.