ଭୁବନେଶ୍ବର: ଶୁକ୍ରବାର ଅପରାହ୍ନରେ ଐତିହ୍ୟ ସମ୍ପର୍ଣ୍ଣ ବକ୍ସି ଜଗବନ୍ଧୁ ବିଦ୍ୟାଧର (BJB autonomous) ମହାବିଦ୍ୟାଳୟ ର ପୁରାତନ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଗଠିତ ବିଜେବି ଫ୍ରେଣ୍ଡସ୍ ଷ୍ଟିଅରିଂ କମିଟିର ସଦସ୍ୟ ଏବଂ ସଂଗଠନର ଆଗାମୀ ନିର୍ବାଚନ ପାଇଁ ନିଯୁକ୍ତ ନିର୍ବାଚନ ଅଧିକାରୀମାନଙ୍କର ଏକ ମିଳିତ ଜରୁରୀକାଳୀନ ବୈଠକ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଦୀର୍ଘବର୍ଷ ଧରି ସଂଗଠନର ନିର୍ବାଚନ ପ୍ରକ୍ରିୟା ହୋଇନଥିବା ପ୍ରସଙ୍ଗକୁ ଆଧାର କରି ଗତ ଅକ୍ଟୋବର ମାସରେ ଏକ ଜରୁରୀକାଳୀନ ବାର୍ଷିକ ସାଧାରଣ ପରିଷଦ ବୈଠକ ଅୟୋଜିତ ହୋଇଥିଲା। ଏହି ବୈଠକ ମାଧ୍ୟମରେ ସଂଗଠନର ଏକ ଷ୍ଟିଅରିଂ କମିଟି ମଧ୍ୟ ଚୟନ ହୋଇଥିଲା। ଉକ୍ତ ଷ୍ଟିଅରିଂ କମିଟିକୁ ନିର୍ବାଚନ କରିବା ପାଇଁ ଦାୟିତ୍ଵ ଅର୍ପଣ କରାଯାଇଥିଲା। ତଦନୁଯାୟୀ ଉପରୋକ୍ତ ଷ୍ଟିଅରିଂ କମିଟି ତିନିଜଣ ନିର୍ବାଚନ ଅଧିକାରୀ ଚୟନ କରି ନିର୍ବାଚନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାପାଇଁ ଦାୟିତ୍ଵ ଅର୍ପଣ କରିଥିଲେ।
ନବନିର୍ବାଚିତ ନିର୍ବାଚନ ଅଧିକାରୀମାନେ ଆଲୋଚନା କରି ନିର୍ବାଚନ କରିବାପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ ପୂର୍ବକ ନିର୍ବାଚନର ତାରିଖ ଧାର୍ଯ୍ୟ କରିଥିଲେ ଏବଂ ଆସନ୍ତା ବର୍ଷ ଜାନୁଆରୀ ମାସ ଏଗାର ତାରିଖରେ ଏହି ନିର୍ବାଚନ କରାଇବା ପାଇଁ ସଭାରେ ଯୋଜନା କରିଥିଲେ, ଯାହାକି ସଭାରେ ସର୍ବସମ୍ମତି କ୍ରମେ ଗୃହିତ ହୋଇଥିଲା।
ବୈଧ ଭୋଟର ( ଆଜୀବନ ସଭ୍ୟ କେବଳ) ତାଲିକା ଯାଞ୍ଚ କରିବା ପରେ ଆସନ୍ତା ୨୦୨୬ ମସିହା ଜାନୁଆରୀ ମାସ ଦୁଇ ତାରିଖରୁ ଚାରି ତାରିଖ ମଧ୍ୟରେ ନାମାଙ୍କନ ପ୍ରକ୍ରିୟା ସମାପ୍ତ ହୋଇ ଏଗାର ତାରିଖରେ ନିର୍ବାଚନ ଓ ଫଳାଫଳ ଘୋଷଣା ହେବ ବୋଲି ଅଧିକାରୀମାନେ ଏକ ପ୍ରେସ ବିବୃତ୍ତି ମାଧ୍ୟମରେ ଜଣାଇଛନ୍ତି। ଶୃଙ୍ଖଳିତ ଭାବରେ ଏକ ସ୍ଵଚ୍ଛ ଓ ଅବାଧ ନିର୍ବାଚନ କରିବା ପାଇଁ ନିର୍ବାଚନ ଅଧିକାରୀମାନେ ଗୁରୁତ୍ଵ ଦେବାସହ ସମସ୍ତ ପ୍ରକ୍ରିୟା ସମାପନ ନିମନ୍ତେ ସଂଗଠନର ଆଜୀବନ ସଦସ୍ୟ ମାନଙ୍କ ସହଯୋଗ କାମନା କରିଛନ୍ତି।
ଅଧିକ ସୂଚନା ପାଇଁ ତିନିଜଣ ନିର୍ବାଚନ ଅଧିକାରୀ ମିତ୍ରଭାନୁ ମହାପାତ୍ର-8249109980,ବିଶ୍ୱପ୍ରକାଶ ପଟ୍ଟନାୟକ-7008826403 ଓ ପ୍ରଦୀପ ସାମଲ- 9937042160 ଙ୍କୁ ଯୋଗାଯୋଗ କରିବାପାଇଁ ନିର୍ବାଚନ ଅଧିକାରୀମାନେ ସମସ୍ତ ସଦସ୍ୟଙ୍କୁ ଜଣାଇଛନ୍ତି।
Comments are closed.