Latest Odisha News

ଆସନ୍ତା ୧୧ରେ ବିଜେବି ଫ୍ରେଣ୍ଡସର ବନ୍ଧୁ ମିଳନ

ଭୁବନେଶ୍ୱର: ବିଜେବି କଲେଜ ପୁରାତନ ଛାତ୍ର ସଂଘ ‘ବିଜେବି ଫ୍ରେଣ୍ଡସ’ର ବନ୍ଧୁ ମିଳନ ଆସନ୍ତା ୧୧ ତାରିଖ ଦିନ ଆୟୋଜିତ ହେବାକୁ ଯାଉଛି | ଏ ନେଇ ମଙ୍ଗଳବାର ବିଜେବି ଫ୍ରେଣ୍ଡସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇଛି । ବିଗତ ୨ ବର୍ଷ ହେବ ମହାମାରୀ କରୋନା କାରଣରୁ ବନ୍ଧୁ ମିଳନ ହୋଇ ପାରିନଥିଲା । ଚଳିତ ବର୍ଷର କାର୍ଯ୍ୟକ୍ରମ ନିମନ୍ତେ ପୁରାତନ ଛାତ୍ର ସଂଘ ବେଶ ଉତ୍ସାହିତ ଅଛନ୍ତି ।

ଏହି ବନ୍ଧୁ ମିଳନ ଅବସରରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିବା ସୂଚନା ଦିଆଯାଇଛି । ଏହି କାର୍ଯ୍ୟକ୍ରମରେ ଏକ ସଭାର ଆୟୋଜନ କରାଯାଇଥିବା ବେଳେ ବିଜେବି କଲେଜର କୃତି ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯିବ । ଗତ ନଭେମ୍ବର ୨୭ ତାରିଖରେ ଆୟୋଜିତ ହୋଇଥିବା କୁଇଜ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯିବା ।

ଏତଦବ୍ୟତୀତ ବିଜ୍ଞାନ ଓ ପ୍ରଯୁକ୍ତି ପାଇଁ ପଦ୍ମଶ୍ରୀ ପୁରସ୍କାର ବିଜେତା ବିଜେବି କଲେଜ ୧୯୭୧ ବ୍ଯାଚର ଛାତ୍ର ଆଦିତ୍ୟ ପ୍ରସାଦ ଦାଶଙ୍କୁ ମଧ୍ୟ ଉକ୍ତ ସଭାରେ ସମ୍ବର୍ଦ୍ଧିତ କରାଯିବ । ବିଜେବି ଫ୍ରେଣ୍ଡସ ବିଭିନ୍ନ ସାମାଜିକ ଓ ଜନହିତକର କାର୍ଯ୍ୟ ସମ୍ପାଦନ କରୁଥିବା ବେଳେ ଚଳିତ ବର୍ଷ ମଧ୍ୟ ରକ୍ତ ଦାନ ଭଳି ମହତ କାର୍ଯ୍ୟକ୍ରମ କରାଯିବ । ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ ହେବ ।

ବିଜେବି ଫ୍ରେଣ୍ଡସର କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସଂଘର ସଭାପତି ଦେବାଶିଷ ପଟ୍ଟନାୟକ, ସମ୍ପାଦକ ସତ୍ୟବ୍ରତ ଧୁପଲ ଓ ବିଜେବି କଲେଜର ଅଧ୍ୟକ୍ଷ ନିରଞ୍ଜନ ମିଶ୍ରଙ୍କ ସମେତ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.