Latest Odisha News

BREAKING NEWS

ରଣଜୀ ଟ୍ରଫିରେ ନିଯୁକ୍ତ ହେବେ ମହିଳା ଅମ୍ପାୟର୍ସ

ମୁମ୍ବାଇ: ବିସିସିଆଇ ମଙ୍ଗଳବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛି । ପୁରୁଷ ଘରୋଇ କ୍ରିକେଟ ରଣଜୀ ଟ୍ରଫିରେ ଏଥର ମହିଳା ଅମ୍ପାୟରଙ୍କୁ ନିଯୁକ୍ତ କରାଯିବ । ବିସିସିଆଇର ଜନୈକ ଅଧିକାରୀ ନାମ ପ୍ରକାଶ ନ କରି ଏହା କହିଛନ୍ତି । ବୃନ୍ଦା ରାଠୀ ଜନନୀ ନାରାୟଣନ ଓ ଗାୟତ୍ରୀ ବେଣୁଗୋପଳନଙ୍କୁ ଏଥିନେଇ ଚୟନ କରାଯାଇଛି । ମହିଳା ଆଇପିଏଲ ଘୋଷଣା ହେବା ପରେ ବିସିସିଆଇ ଏହି ପଦକ୍ଷେପ ଗ୍ରହଣ କରିଛି । ଏହାକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଉଛି । ପ୍ରଥମ ଥର ପାଇଁ ସିନିୟରସ୍ତରର ପୁରୁଷ ଟୁର୍ଣ୍ଣାମେଂଟରେ ମହିଳାଙ୍କୁ ସୁଯୋଗ ମିଳିବ ।

୨୩ ବର୍ଷରୁ କମ ସିକେ ନାୟୁଡୁ ଟ୍ରଫିରେ ଉପରୋକ୍ତ ଦୁଇ ମହିଳା ଅମ୍ପାୟର ଦାୟିତ୍ୱ ସୁଚାରୁରୂପେ ତୁଲାଇଥିଲେ । ୨୦୧୩ରେ ବୃନ୍ଦା ମୁମ୍ବାଇ କ୍ରିକେଟ ଆସୋସିଏଶନ ଓ ବିସିସିଆଇ ଅମ୍ପାୟରିଂ ପରୀକ୍ଷାରେ ପାସ କରିଥିଲେ । ସେପଟେ ଜନନୀ ୨୦୧୫ରେ ତାମିଲନାଡୁ କ୍ରିକେଟ ଆସୋସିଏଶନ ଲେଭଲ ୨ ଅମ୍ପାୟରିଂରେ ପାସ କରିଥିଲେ ।

Leave A Reply

Your email address will not be published.