Latest Odisha News

BREAKING NEWS

‘ଡାଲି’ ଆଉ ‘ଶ୍ରଦ୍ଧା’ ପ୍ରସଙ୍ଗକୁ କାହିଁକି ଡରୁଛି ବିଜେଡି ? ବିଜେପି ପ୍ରଶ୍ନର ଉତ୍ତର ରଖିଲେ ଶାସକ ଦଳ ମୁଖ୍ୟ ସଚେତକ

ଭୁବନେଶ୍ୱର:ଦିନକୁ ଦିନ ସରଗରମ ହେଉଛି ରାଜନୖତିକ ମାହୋଲ । ଆରୋପ-ପ୍ରତ୍ୟାରୋପର ବାକଯୁଦ୍ଧରେ  ଟିଭି ପରଦାଠାରୁ ଆରମ୍ଭ କରି ସୋସିଆଲ ମିଡିଆ କମ୍ପୁଛି । ଆଜି ବିଜେପି ସାଂସଦ ଏବଂ ବିଧାୟକ ବସନ୍ତ ପଣ୍ଡା ଏବଂ ବିଧାୟକ ଜୟ ନାରାୟଣ ମିଶ୍ର ବିଜେଡି ସରକାର ଉପରେ ଜୋରଦାର ବର୍ଷିଛନ୍ତି ।

ସାଂସଦ ବସନ୍ତ ପଣ୍ଡା ଶ୍ରଦ୍ଧା ପ୍ରସଙ୍ଗ ଉଠାଇ କହିଛନ୍ତି,  ବିଧାନସଭାରେ ବିଜେପି ଯେତେବେଳ ଶ୍ରଦ୍ଧା କଥା ଉଠାଇଲା ସେତେବଳକୁ ବିଜେଡି ଡରୁଚି। ବିଜେପି ଡାଲି କଥା ଉଠାଇଲେ ବାଚସ୍ପତି ଡରୁଛନ୍ତୁ  । ହେଲେ କାହିଁକି।ବାଚସ୍ପତି ହେଉଛନ୍ତି ଜଜ ଭଳି। ସେ ନିରପେକଷତା ରହିବା କଥା। କିନ୍ତୁ ଗୃହରେ ବାଚସ୍ପତି ପକ୍ଷପାତିତା କରୁଛନ୍ତି ବୋଲି ସାଂସଦ  ଅଭିଯୋଗ ଆଣିଛନ୍ତି । ୨୦୧୧ରେ ଡାଲି ଦୁର୍ନୀିତି ପାଇ ତାଙ୍କର ମନ୍ତ୍ରୀ ପଦ ଯାଇଥିଲା। ସେଥିପାଇଁ ଡାଲି ଦେଖିଲେ ଡରୁଚନ୍ତି।  ବିଜେପିର ପ୍ରଶ୍ନ କରିଛି, ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ, ବିଧାୟକ ମୁକେଶ ମହାଲିଙ୍ଗଙ୍କ ଉପରେ  କାହିଁକି ଆକସନ ନିଆଗଲା ?  ସେହିପରି ବିଜେପିର ପ୍ରଶ୍ନ ଶ୍ରଦ୍ଧା କିଏ ? ସେ କାହିଁକି ମୁଖ୍ୟମନ୍ତ୍ରୀଙ୍କ ସହ ଭାଟିକାନ ସିଟି ଯାଇଥିଲେ। କେଉଁ ପବିତ୍ରା କାମ ପାଇଁ ନେଇଥିଲେ ତାହା ମୁଖ୍ୟମନ୍ତ୍ରୀ ସ୍ପଟ୍ କରନ୍ତୁ।  ଶ୍ରଦ୍ଧା ପ୍ରସଙ୍ଗ କ’ଣ ତାହା ଲୋକଲୋଚନ ଆଗରେ ପ୍ରକାଶ କରନ୍ତୁ ବୋଲି ବିଜେପି କହିଛି।

ଅନ୍ୟପକ୍ଷେ ଗୃହରେ ମୁଖ୍ୟମନ୍ତ୍ରୀ ବିବୃତି ରଖିଥିଲେ, ବିକାଶ ଓ ଅପରାଧକୁ ନେଇ ଯିଏ ରାଜନୀତି କରିବେ ସେମାନେ ବିଧାନସଭାକୁ ଆସିପାରିବେନି । ଏହାକୁ ନେଇ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସେ କହିଛନ୍ତି,  ମୁଖ୍ୟମନ୍ତ୍ରୀ ଧମକେଇବାଲାଗି ଚେଷ୍ଟା କରୁଛନ୍ତି ଯେ ମୋତେ ଯିଏ ବିରୋଧ କରିବ ସେ ବିଧାନସଭାକୁ ଆସି ପାରିବ ନାହିଁ । ପୂର୍ବରୁ ବି ସେ ଏମିତି ଅନେକ ଚେଷ୍ଟା କରିଛନ୍ତି । କିନ୍ତୁ ଏଠି ଜନ ବିରୋଧୀ କିଏ । ନବୀନ ପଟ୍ଟନାୟକ ହେଲେ ସବୁଠୁ ବଡ଼ ଜନ ବିରୋଧୀ । ବିକାଶର ସବୁଠୁ ବଡ଼ ବାଧକ ହେଲେ ନବୀନ ପଟ୍ଟନାୟକ । ସେ କେମିତି ବିଧାନସଭା ଫେରିବେ ସେ କଥା ନିଜେ ଚିନ୍ତା କରନ୍ତୁ ।

ଜୟନାରାୟଣ କହିଛନ୍ତି, କିଏ ଜିତିବ କିଏ ହାରିବ ସେଇଟା ତାଙ୍କ ଉପରେ ନିର୍ଭର କରେନି। ହୁଏତ ସେ ବୁଥ କ୍ୟାପଚର,ସରକାରୀ କଳର ବ୍ୟବହାର କରି ବହୁତ ପ୍ରଭାବିତ କରୁଛନ୍ତି । ତା ସତ୍ତ୍ୱ ମଧ୍ୟ ଆମେ ବିଧାନସଭାକୁ ଆସିଛୁ । ତାଙ୍କର ଦୟାରେ ନୁହେଁ ଲୋକଙ୍କ ଦୟାରେ ଆସିଛୁ । ଲୋକ ପୁଣି ଦୟା କଲେ ଆସିବୁ । ହୁଏତ ସେ ଚେଷ୍ଟା କରି ପାରନ୍ତି ଆମେ କେମିତି ବିଧାନସଭା ନ ଫେରି ପାରୁ । 2009 ରୁ  ପ୍ଲାନ କରୁଛନ୍ତି ମୋତେ କେମିତି ବିଧାନସଭାରେ ପୁରେଇ ଦେବେନି । ଯିଏ ଯିଏ ତାଙ୍କ ବିରୁଦ୍ଧରେ କହୁଛନ୍ତି ସେମାନଙ୍କୁ ବିଧାନସଭାରେ ନ ପୁରେଇ ଦେବାକୁ ଚେଷ୍ଟା କରନ୍ତି ନବୀନ ପଟ୍ଟନାୟକ । ବିଜୟ ମହାପାତ୍ର, ନଳିନୀ ମହାନ୍ତି କି ପ୍ରଶାନ୍ତ ନନ୍ଦ ସେମାନେ ତାର ଉଦାହରଣ ବୋଲି ସେ କହିଛନ୍ତି ।

ବାଚସ୍ପତିଙ୍କ ଉପରେ ବି ବର୍ଷିଛନ୍ତି ବିଧାୟକ ଜୟନାରାୟଣ ମିଶ୍ର । ସେ କହିଛନ୍ତି, ତାଙ୍କର ବାଚସ୍ପତି ହେବାର ଯୋଗ୍ୟତା ନାହଁ । ବିଧାନସଭା ରୁଲ ଆଣ୍ଡ ପ୍ରୋସିଜିୟର ବିଷୟରେ ସେ କିଛି ଜାଣନ୍ତିନି ।  ବିଧାନସଭାରେ ବିରୋଧୀ ଦଳର ନେତାକୁ କୁହାଇ ନ ଦେବା, ତାଙ୍କ ମାଇକ କୁ କାଟି ଦେବା, ପକ୍ଷପାକ୍ଷିତ କରିବା ଏହା କେଉଁ ନିୟମରେ ଅଛି ବୋଲି ସେ ପ୍ରଶ୍ନ କରିଛନ୍ତି ।

ଅନ୍ୟପକ୍ଷେ ବିରୋଧୀଙ୍କୁ ପାଲଟା ଜବାବ ଦେଇ ଶାସକ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି କହିଛନ୍ତି, ବିରୋଧୀ ବିଧାନସଭାକୁ ଚଲେଇ ନ ଦେବା ଭଳି ସଂକଳ୍ପ ନେଇଛନ୍ତି । ଗତକାଲି ଯେଉଁ ଘଟଣା ଘଟିଛି ତାହା ବିଧାନସଭା ଇତିହାସରେ କଳଙ୍କିତ ଅଧ୍ୟାୟ ହୋଇ ରହିବ । ବାଚସ୍ପତିଙ୍କ ଆସନ ବ୍ୟକ୍ତିଗତ କାହାର ନୁହେଁ  । ତାହା ଏକ ସାମ୍ବିଧାନିକ ଆସନ । ବାଚସ୍ପତିଙ୍କ ଚେୟାରକୁ ପ୍ୟାକେଟ ପ୍ୟାକେଟ କରି ଡାଲି ଫୋପାଡ଼ିବା ଏକ ହିଂସ୍ର ଆଚରଣ । ତାକୁ ବିଜେଡ଼ି ନିନ୍ଦା କରୁଚି ।

ଷ୍ରୀ ମୁଦୁଲି କହିଛନ୍ତି, ବିଜୁ ଜନତା ଦଳ ଶାସନ କ୍ଷମତାକୁ ଆସିବା ଦିନଠୁ ସଂଖ୍ୟା ଗରିଷ୍ଠତା ପାଇଛି । ଆମେ କେବେ ଅହଂକାର ଦେଖାଇ ନାହୁଁ। ଆମେ ଅହଂକାର ଦେଖାଇ ଥିଲେ ଲୋକେ ଆମକୁ ଭୋଟ ଦେଇ ନଥାନ୍ତେ । ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ଧମକାଉଥିବାର ବିରୋଧୀ ଦଳ ନେତା ଯେଉଁ ଅଭିଯୋଗ ଆଣୁଛନ୍ତି ତାହା ସମ୍ପୂର୍ଣ୍ଣ ଭୁଲ କଥା । ମୁଖ୍ୟମନ୍ତ୍ରୀଙ୍କ ଆଚରଣ ଓ ଉଚ୍ଚାରଣ ସମସ୍ତେ ଭଲ ଭାବେ ଅବଗତ । ଏଠି କେହି କାହାକୁ ଧମକେଇବାର କଥା ନାହିଁ  ବୋଲି କହିଛନ୍ତି ପ୍ରଶାନ୍ତ ମୁଦୁଲି ।

 

Leave A Reply

Your email address will not be published.