Latest Odisha News

BREAKING NEWS

ଅକ୍ଟୋବର ୨ରୁ ବୁଲିବ ସାଇବର ସଚେତନତା ରଥ, ଆସନ୍ତାକାଲି ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ସୁବର୍ଣ୍ଣପୁର /ଭଦ୍ରକ : ସୁବର୍ଣ୍ଣପୁର ଜିଲ୍ଲାରେ  ଦିନକୁ ଦିନ ବୃଦ୍ଧି ପାଉଛି ସାଇବର ଅପରାଧ  । ତେଣୁ ଜିଲ୍ଲାବାସୀ ସଚେତନ କରିବା ଲାଗି ବୁଲିବ ସାଇବର ସଚେତନତା ରଥ  । ଏହା  ଆସନ୍ତା ୨ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ବୁଲିବ  । ଏ ନେଇ ଜିଲ୍ଲା ପୋଲିସ କାର୍ଯ୍ୟାଳୟ ରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଆମ୍ବରୀଶ ପଣ୍ଡା । ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ରଥକୁ ଉଦଘାଟନ କରିବେ  ।

୨ ତାରିଖରୁ  ଏହି ରଥ ଜିଲ୍ଲାର ବିଭିନ୍ନ ଥାନା ଅଂଚଳରେ ବୁଲି ଲୋକଙ୍କୁ ସଚେତନ କରିବ  । ଏଥିରେ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ,  ସମାଜସେବୀ, ବିଭିନ୍ନ ଏନଜିଓ ଗୁଡିକ ସାମିଲ ହେବାକୁ ଆହ୍ବାନ କରିଛନ୍ତି ଆରକ୍ଷୀ ଅଧିକ୍ଷକ। ସାଇବର ଅପରାଧରୁ ନିଜକୁ କିଭଳି ସୁରକ୍ଷିତ ରଖିବେ ସେନେଇ ଲୋକଙ୍କୁ ସଚେତନ କରିବ ଏହି ରଥ । ସେପଟେ ଭଦ୍ରକ ଜିଲ୍ଲାରେ ମଧ୍ୟ ଆସନ୍ତା ୨ ତାରିଖରୁ ଜିଲ୍ଲାର ସମସ୍ତ ବ୍ଲକରେ ବୁଲିବ ସାଇବର ସଚେତନତା ରଥ । ଏନେଇ ଭଦ୍ରକ ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଭଦ୍ରକ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ  ।

 

 

Leave A Reply

Your email address will not be published.