Latest Odisha News

BREAKING NEWS

କଳିଙ୍ଗ ପୁରସ୍କାର ବନ୍ଦକୁ ନେଇ ବିଜେଡି-ବିଜେପି କଥା କଟାକଟି

ଭୁବନେଶ୍ୱର: କଳିଙ୍ଗ ପୁରସ୍କାର ବନ୍ଦକୁ ନେଇ ଗୃହରେ ବିଜେଡି-ବିଜେପି କଥା କଟାକଟି l କଳିଙ୍ଗ ପୁରସ୍କାରକୁ ଓଡ଼ିଆ ଅସ୍ମିତା ସହ ଯୋଡ଼ିଲେ ବିଜେଡି ବିଧାୟକ l କାହିଁକି କେନ୍ଦ୍ର ପୁରସ୍କାର ବନ୍ଦ କଲା ବୋଲି ପଚାରିଲେ ୨ ବିଜେଡି ବିଧାୟକ l ଏହାର ଉତ୍ତରରେ ନିଜ ପୁରସ୍କାର କଥା ପ୍ରଥମେ ଚିନ୍ତା କରନ୍ତୁ ବୋଲି କହିଛନ୍ତି ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ l ଓଡ଼ିଶାରେ ଅନେକ ଦିନରୁ ଅନେକ ପୁରସ୍କାର ଦିଆଯାଇନାହିଁ ବୋଲି କହିଲେ ବିଜେପି ବିଧାୟକ ଶ୍ରୀ ତ୍ରିପାଠୀ l

ସୂଚନା ଅନୁସାରେ, ଆଜି ଗୃହ କାର୍ଯ୍ୟ ଚାଲିଥିବା ବେଳେ ବିଜେଡି ବିଧାୟକ କଳିକେଶ ସିଂ ଦେଓ ଓ ଗୌତମ ବୁଦ୍ଧ ଦାସ କଳିଙ୍ଗ ପୁରସ୍କାର ବନ୍ଦକୁ ନେଇ ଉଦବେଗ ପ୍ରକାଶ କରିବା ସହ ଏହା କାହିଁକି ବନ୍ଦ କରାଗଲା ବୋଲି ପ୍ରଶ୍ନ କରିଥିଲା l 1952ରେ କଳିଙ୍ଗ ପୁରସ୍କାର ଆରମ୍ଭ ହୋଇଥିଲା l କଳିଙ୍ଗ ଫାଉଣ୍ଡେସନ ଗଠନ କରି ଏହି ପୁରସ୍କାର ବ୍ୟବସ୍ଥା ଆରମ୍ଭ କରିଥିଲେ ବିଜୁ ବାବୁ l ୟୁନେସ୍କୋ ଏହାକୁ ପ୍ରଦାନ କରୁଥିଲା l ଏପରିକି 7ଜଣ ନୋବେଲ ପୁରସ୍କାର ପାଇଥିବା ବ୍ୟକ୍ତି ବିଶେଷ ମଧ୍ୟ ଏହି ସମ୍ମାନରେ ସମ୍ମାନିତ ହୋଇଥିଲେ l କିନ୍ତୁ ଏପରି ଏକ ସମ୍ମାନଜନକ ପୁରସ୍କାରକୁ କେନ୍ଦ୍ର ସରକାର ବନ୍ଦ କରିଦେଇଛନ୍ତି ବୋଲି କହିଛନ୍ତି ଦୁଇ ବିଜେଡି ବିଧାୟକ l

ଏ ପ୍ରଶ୍ନର ଉତ୍ତରରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ କହିଛନ୍ତି ଯେ, ଯେଉଁ ଲୋକ ଓଡ଼ିଆ ଅସ୍ମିତା କଥା କହୁଛନ୍ତି ସେ ପ୍ରଥମେ ନିଜ ପୁରସ୍କାର କଥା ଚିନ୍ତା କରନ୍ତୁ l ଓଡ଼ିଶାରେ ଅନେକ ଦିନରୁ ଅନେକ ପୁରସ୍କାର ଦିଆଯାଇନାହିଁ l ଏହା କଣ ଓଡ଼ିଆ ଅସ୍ମିତା ନୁହେଁ କି ବୋଲି କହି କାଉଣ୍ଟର ଆଟାକ କରିଛନ୍ତି ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ l

Comments are closed.