Latest Odisha News

ବିଜେପୁର ଉପ ନିର୍ବାଚନ: ବିଜେଡି ପକ୍ଷରୁ ପ୍ରଚାର କରିବେ ନାମୀଦାମୀ ତାରକା

ଭୁବନେଶ୍ୱର: ବରଗଡ ଲୋକସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବିଜେପୁର ଉପନିର୍ବାଚନ ଲାଗି ଗୁରୁବାର ଦିନ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ତାରକା ଖଚିତ ପ୍ରଚାରକଙ୍କ ନାମ ଘୋଷଣା କରାଯାଇଛି ।

ଏହି ଉପ ନିର୍ବାଚନ ଲାଗି ରାଜ୍ୟ ରାଜନୀତି ଏକପ୍ରକାର ସରଗରମ ହୋଇପଡିଥିବା ବେଳେ ବିଜେଡି ପକ୍ଷରୁ ଏଥର ୪୦ ଜଣ ରଥୀମହାରଥୀ ତାରକା ଖଚିତ ଷ୍ଟାର କ୍ୟାମ୍ପେନର ପ୍ରଚାରକୁ ଓହ୍ଲାଇବାର ନିଷ୍ପତ୍ତି ନିଆଯାଇଛି ।

ଏହି ଷ୍ଟାର କାମ୍ପେନରଙ୍କ ମଧ୍ୟରେ ରହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଅନଙ୍ଗ ଉଦୟ ସିଂହଦେଓ, ପ୍ରସନ୍ନ ଆଚାର୍ଯ୍ୟ, ମଙ୍ଗଳା କିଷାନ, ପ୍ରଫୁଲ୍ଲ ମଲ୍ଲିକ, ପ୍ରଦୀପ ଅମାତ, ପଦ୍ମନାଭ ବେହେରା, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଦେବୀ ପ୍ରସାଦ ମିଶ୍ର, ନିରଞ୍ଜନ ପୂଜାରୀ, ବିକ୍ରମ କେଶରୀ ଆରୁଖ, ନବ କିଶୋର ଦାସ, କିଶୋର ମହାନ୍ତି, ଅତନୁ ସବ୍ୟସାଚୀ ନାୟକ, ସଞ୍ଜୟ ଦାସ ବର୍ମା, ଅରୁଣ ସାହୁ ସୁଦାମ ମାରାଣ୍ଡି, ବିଜୟ ରଞ୍ଜନ ସିଂହ ବରିହା, ରମେଶ ମାଝି, ପ୍ରଣବ ପ୍ରକାଶ ଦାସ, ଅନୁଭବ ମହାନ୍ତି, ଟୁକୁନି ସାହୁ, ଦିବ୍ୟ ଶଙ୍କର ମିଶ୍ର, ପଦ୍ମିନୀ ଦିଆନ, ସ୍ନେହାଙ୍ଗିନୀ ଛୁରିଆ, ରାଜେନ୍ଦ୍ର ଢୋଲକିଆ, ରୋହିତ ପୂଜାରୀ, କଳିକେଶ ନାରାୟଣ ସିଂହଦେଓ, ପୁଷ୍ପେନ୍ଦ୍ର ସିଂହ ଦେଓ, ରାସେଶ୍ୱରୀ ପାଣିଗ୍ରାହୀ, ଦେବେଶ ଆଚାର୍ଯ୍ୟ, ଶ୍ରୀମୟୀ ସ୍ୱେତାସ୍ୱିଗ୍ଧା ମିଶ୍ର, ସୁବାସ ଚୌହାନ, ନଳିନୀକାନ୍ତ ପ୍ରଧାନ, ପ୍ରଭାତ ଆଦିତ୍ୟ ମିଶ୍ର, ପ୍ରଭାସ ସିଂହ, ଲାଲ ବିକ୍ରମ ସିଂହଦେଓ, ଅରିନ୍ଦମ ରାୟ, କୁନା ତ୍ରୀପାଠି ଓ ଗୌରହରୀ ମିଶ୍ର ପ୍ରମୁଖ ।

ତେବେ କିଛି ମନ୍ତ୍ରୀଙ୍କ ସମେତ ଭଟଲି ବିଧାୟକ ସୁଶାନ୍ତ ସିଂହଙ୍କ ନାମ ଏହି ଷ୍ଟାର ପ୍ରଚାରକ ତାଲିକାରୁ ବାଦ ପଡିଛି ।

Leave A Reply

Your email address will not be published.